ଲିଭ୍ ଇନ୍ ରିଲେସନରେ ରହୁଥିବା ଯୁବତୀ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଲେ ବିଷ

Published By : Prameya-News7 Bureau | February 13, 2019 IST

ଗୁମଲା ୧୩|୨: ଝାଡଖଣ୍ଡର ଗୁମଲା ଜିଲ୍ଲା ଘାଘରା ଥାନା ଅନ୍ତର୍ଗତ ଶିବସେରଙ୍ଗ ଗାଁରେ ଗୋଟିଏ ପରିବାରର ୭ଜଣ ଲୋକ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁସାରେ ଜଣେ ଯୁବତୀ ଲିଭ୍ ଇନ୍ ରିଲେସନରେ ରହୁଥିବା ଯୁବକଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ । ପରିବାରର ସମସ୍ତ ସଦସ୍ୟ ବିଷ ମିଶାଯାଇଥିବା ଖାଦ୍ୟ ଖାଇଥିଲେ । ଫଳରେ ଏହି ଖାଦ୍ୟ ଖାଇବା ପରେ ପରିବାରର ୭ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ହୋଇଯାଇଛି ।

{"id":84562}

ମିଳିଥିବା ସୂଚନା ଅନୁଯାୟୀ ଯୁବତୀଙ୍କର ସଂପୃକ୍ତ ଯୁବକଙ୍କ ସହ କୌଣସି କାରଣରୁ ମତଭେଦ ହୋଇଥିଲା । ଫଳରେ ଯୁବତୀ ଜଣଙ୍କ ଏଭଳି ପଦକ୍ଷେପ ନେବା ପାଇଁ ଯୋଜନା କରିଥିଲେ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଯୁବତୀ ଜଣକ କୁକୁରଙ୍କୁ ବିଷ ମିଶା ଖାଦ୍ୟ ଖାଇବାକୁ ଦେଇ ପରୀକ୍ଷଣ ମଧ୍ୟ କରିଥିଲା ।

ତେବେ ଏ ଘଟଣା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.