Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବାହାଘର ପାଇଁ ୭ ବର୍ଷ ପୂର୍ବେ ସଞ୍ଜୁ ରାଣୀ ଘର ଛାଡି ଚାଲି ଯାଇଥିଲେ, ଏବେ ମିଳିଲା ୟୁପି ପିସିଏସ ପରୀକ୍ଷାରେ ସଫଳତା

16/09/2020 at 5:43 PM

ଉତ୍ତର ପ୍ରଦେଶ: ୧୬/୦୯: ପରିବାର ଲୋକ ଦିନେ ତାଙ୍କ ବାହାଘର କରିଦେଇ ଘର ସଂସାର ବସାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ଆଜି ସେ ପରିବାର ଲୋକଙ୍କ ନାଁ ରଖିଛନ୍ତି। ଉତ୍ତର ପ୍ରଦେଶର ମେରଠରେ ରହନ୍ତି ସଞ୍ଜୁ ରାଣୀ ବର୍ମା । ଦିନେ ଘର ଲୋକ ବାହାଘରର ପ୍ରସ୍ତୁତି ଚଲାଇଥିବା ବେଳେ ସେ ଘର ଛାଡି ଚାଲି ଯାଇଥିଲେ। ମାତ୍ର ଆଜି ସେ ୟୁପି ପିସିଏସ୍ ପରୀକ୍ଷା ପାସ୍ କରିଛନ୍ତି।

ସଞ୍ଜୁ ରାଣୀ ବର୍ମା ନିଜ ସ୍ବପ୍ନ ପାଇଁ ଲଢ଼ୁଥିଲେ । ଏବେ କିନ୍ତୁ ବଡ଼ ସ୍ବପ୍ନ ଦେଖୁଥିବା ଲକ୍ଷ ଲକ୍ଷ ଝିଅଙ୍କୁ ପାଇଁ ସଞ୍ଜୁ ସାଜିଛନ୍ତି ପ୍ରେରଣା। ତେବେ ସେ ସାତବର୍ଷ ତଳେ ଘର ଛାଡି ଥିଲେ। ଗତ ସପ୍ତାହରେ ତାଙ୍କ ନାଁ ୟୁପି ପିସିଏସ୍ ପରୀକ୍ଷା (୨୦୧୮)ରେ ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମିଲ ହୋଇଛି। ଖୁବଶୀଘ୍ର ସେ କମର୍ସିଆଲ ଟାକ୍ସ ଅଫିସର ଭାବେ ପଦଭାର ସମ୍ଭାଳିବେ।

୨୦୧୩ରେ ସଞ୍ଜୁଙ୍କ ୨୮ ବର୍ଷ ବୟସ ହୋଇଥିଲା। ସେତେବେଳେ ତାଙ୍କ ମାଙ୍କ ଦେହାନ୍ତ ହୋଇଗଲା। ସେଇଠୁ କଲେଜ ପାଠପଢ଼ା ଛାଡି ତାଙ୍କୁ ବାହା ହୋଇଯିବାକୁ ଘରେ କହିଲେ। ତେବେ ସେତେବେଳେ ସେ ଆରଜି ଡିଗ୍ରୀ କଲେଜରୁ ଗ୍ରାଜୁଏସନ୍ କରିସାରିଥିଲେ ଓ ଦିଲ୍ଲୀ ୟୁନିଭର୍ସିଟରୁ ପିଜି କରୁଥିଲେ। ସ୍ପପ୍ନ ପୂରଣ କରିବା ଓ ପାରିବାରିକ ଜୀବନକୁ ନେଇ ଚିନ୍ତାରେ ପଡିଲେ। ଏହା ପରେ ସେ ନିଜ ସ୍ବପ୍ନ ପୂରଣ ପାଇଁ ଘର ଛାଡିବା ନିଷ୍ପତ୍ତି ନେଲେ ଯାହା ତାଙ୍କୁ ସେ ସମୟରେ ଠିକ୍ ଲାଗିଲା।

କେବଳ ସେତିକି ନୁହେଁ ୨୦୧୩ରେ ଘର ଛାଡିବା ସହ କଲେଜରେ ଟଙ୍କା ପୈଠ ନ କରିପାରିବାରୁ ପିଜି କୋର୍ସରୁ ବଞ୍ଚିତ ହେଲେ। ଆର୍ଥିକ ଅବସ୍ଥା ଦୂର କରିବା ପାଇଁ ସେ ଭଡ଼ାରେ ଘର ନେଇ ପିଲାଙ୍କୁ ପଢ଼ାଇଲେ। ଏହା ସହ ଘରୋଇ ସ୍କୁଲରେ ପାର୍ଟ ଟାଇମ୍ କାମ ମଧ୍ୟ କଲେ। ଏହି ସବୁ ଭିତରେ କିନ୍ତୁ ସେ ସିଭିଲ ସେବା ପରୀକ୍ଷା ପ୍ରସ୍ତୁତି ଜାରି ରଖିଥିଲେ। ୟୁପି ପିସିଏସ୍ ପରେ ଏବେ ସଞ୍ଜୁଙ୍କ ଦୃଷ୍ଟି ରହିଛି ସିଭିଲ ସେବା ପରୀକ୍ଷା ଉପରେ। ତେବେ ଏବେ ଜିଲ୍ଲା ଅଧିକାରୀ ହେବା ଲକ୍ଷ୍ୟ ରଖିଛନ୍ତି ସଞ୍ଜୁ।

   Related Posts