ସ୍କୁଲ ଫି’ ଦେଇନପାରିବାରୁ ଦିନେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଏବେ ୯୫.୮୪ ପ୍ରତିଶତ ମାର୍କ ରଖି ମାଟ୍ରିକ ଟପ୍ପର ହେଲେ ଗ୍ରୀଷ୍ମା

Published By : Prameya-News7 Bureau | October 18, 2021 IST

ବେଙ୍ଗାଲୁରୁ ୧୮/୧୦ : ସେ ଜଣେ ମେଧାବୀ ଛାତ୍ରୀ । ଖୁବ ପରିଶ୍ରମୀ ଏବଂ ଖୁସ ମିଜାଜ୍‌ର । କିନ୍ତୁ ସ୍କୁଲ ଫି’ ଦେଇନପାରିବାରୁ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଜୀବଦ ଯୁଦ୍ଧରେ ଲଢି ଲଢି ଶେଷରେ ବିଜୟୀ ବି ହୋଇଥିଲେ । ଏବେ ସେ ପୁଣି ଚର୍ଚ୍ଚାରେ । ଚର୍ଚ୍ଚା ଏମିତି ସେମିତି ନୁହେଁ ବରଂ ମାଟ୍ରିକ୍‌ ପରୀକ୍ଷାରେ ଟପ୍ପର ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି କର୍ଣ୍ଣାଟକ ଟୁମାକୁରୁ ଜିଲ୍ଲାର ଗ୍ରୀଷ୍ମା ନାୟକ ।

{"width":764,"height":430}
Image

ଗ୍ରୀଷ୍ମାଙ୍କ ବାପା ନରସୀମା ମୂର୍ତ୍ତି ପେସାରେ ଜଣେ ଚାଷୀ ଏବଂ ମା’ ପଦ୍ମାଭାଥାମ୍ମା ଜଣେ ଗୃହିଣୀ । କରୋନା ମହାମାରୀ ସମୟରେ ତାଙ୍କର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ଦୁଇ ଓଳା ଦୁଇ ମୁଠା ଖାଇବା ମଧ୍ୟ କଷ୍ଟକର ହୋଇପଡିଲା । ଝିଅର ପାଠପଢା ଏବଂ ସ୍କୁଲ ଫି ଦେବାକୁ ଅସମର୍ଥ ହୋଇପଡିଲେ ନରସୀମା ମୂର୍ତ୍ତି । ବାଧ୍ୟ ହୋଇ ଝିଅର ଟ୍ୟୁସନ୍‌ ବନ୍ଦ କରିବାକୁ ପଡିଥିଲା । ଯାହା ଫଳରେ ମାନସିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗିପଡିଲେ ଗ୍ରୀଷ୍ମା । ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଅଳ୍ପକେ ବର୍ତ୍ତିଯାଇଥିଲେ ସେ ।

Image

କିନ୍ତୁ ଗ୍ରୀଷ୍ମାଙ୍କ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ଦାରିଦ୍ରତା । ବଡ ଭଉଣୀ କୀର୍ଥାନାଙ୍କ ସହଯୋଗରେ କଠିନ ପରିଶ୍ରମ କରି ସେ ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ମୋଟ ୬୨୫ ମାର୍କରୁ ୫୯୯(୯୫.୮୪ପ୍ରତିଶତ) ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି ଗ୍ରୀଷ୍ମା ।

ସଫଳତାକୁ ନେଇ ଗ୍ରୀଷ୍ମା କହିଛନ୍ତି, ‘ମୁଁ ଆଶା କରିଥିଲି ୬୧୫ ମାର୍କ ରହିବ ବୋଲି କିନ୍ତୁ ଟିକେ କମ ରହିଛି । ମାନସିକ ଚାପ କାରଣରୁ ମାର୍କ ସାମାନ୍ୟ ହ୍ରାସ ପାଇଲା । ମଲ୍ଟି ଚଏସ୍‌ରେ ଦ୍ବନ୍ଦରେ ରହି କିଛିଟା ଭୁଲ ରହିଯାଇଥିଲା ।’

Image

ଗ୍ରୀଷ୍ମାଙ୍କ ସଫଳତାରେ ବିଭିନ୍ନ ମହଲରୁ ତାଙ୍କ ନିକଟରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜି ପରମେଶ୍ବର ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍‌ କରି ସେ କହିଛନ୍ତି, ‘ମାଟ୍ରିକ ପରୀକ୍ଷା​‌ରେ କୃତକାର୍ଯ୍ୟ ହୋଇଥିବା ଗ୍ରୀଷ୍ମା ନାୟକଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲି । ତାଙ୍କର ଭବିଷ୍ୟତ ଉଜ୍ଜଳ ହେଉ ଏହା ହିଁ କାମନା ।’

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.