Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ହୋମଓ୍ବାର୍କ ଲେଖିବା ବାହାନାରେ ସୁଇସାଇଡ୍ ନୋଟ ଲେଖୁଥିଲେ ନାବାଳିକା, ମାଆ ଦେଖିବା ପରେ ଗଣଦୁଷ୍କର୍ମର ହେଲା ପର୍ଦ୍ଦାଫାଶ…

29/09/2019 at 2:50 PM

ନୂଆଦିଲ୍ଲୀ୨୯|୯:  ଦିନକୁ ଦିନ ନାବାଳିକା ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। ଏଭଳି ଲଜ୍ଜାଜନକ ଘଟଣା  ବାରମ୍ବାର ସାମ୍ନାକୁ ଆସୁଛି। ସେହିପରି କିଛି ଦିନ ତଳେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ନାବାଳିକା ହୋମଓ୍ବାର୍କ ଲେଖିବା ବାହାନାରେ ସୁଇସାଇଡ୍ ନୋଟ ଲେଖୁଥିଲେ। ହଠାତ୍‌ ନାବାଳିକାଙ୍କ ମାଆଙ୍କ ନଜର ସୁଇସାଇଡ୍ ନୋଟ ଉପରେ ପଡିବାଥିଲା। ଏହାପରେ ନାବାଳିକାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏହି ଲଜ୍ଜାଜନକ ଘଟଣା ଗୁଜୁରାଟର ଅମରେଲି ଅଞ୍ଚଳରେ ଘଟିଛି।

ନାବାଳିକା ଲେଖିଥିବା ସୁଇସାଇଡ୍‌ ନୋଟ ତାଙ୍କ ମାଆ ପଢ଼ିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଏନେଇ ପୀଡ଼ିତାଙ୍କ ମାଆ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୀଡ଼ିତାଙ୍କ ମାଉସୀଙ୍କ ପୁଅ ସମେତ ୬ ଜଣ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

ପୀଡ଼ିତା ନାବାଳିକଙ୍କ କହିବା ଅନୁସାରେ ତାଙ୍କ ମାଉସୀ ପୁଅ ଓ ତାଙ୍କର ପାଞ୍ଚଜଣ ସାଙ୍ଗ ମିଶି ପୀଡ଼ିତା ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ମାଉସୀଙ୍କ ପୁଅ ବୁଲିବା ବାହାନା କରି ପୀଡ଼ିତାଙ୍କୁ ବୁଝାଇସୁଝାଇ କାରରେ ନେଇଯାଇଥିଲେ। ଏହାପରେ ମାଉସୀଙ୍କ ପୁଅ ଓ ତାଙ୍କ ସାଙ୍ଗ ମିଶି ଚଳନ୍ତା କାରରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଲୋକଲଜ୍ଜା ଭୟରେ ପୀଡ଼ିତା ଆତ୍ମହତ୍ୟା କରିବା ଲାଗି ସୁଇସାଇଡ୍‌ ନୋଟ ଲେଖୁଥିଲେ। ପୀଡ଼ିତାଙ୍କ ମାଆ ଦେଖିବା ପରେ ପୀଡ଼ିତା ମୃତ୍ୟୁ ମୁହଁରୁ ବଞ୍ଚି ଯାଇଥିଲେ। ଏବେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

   Related Posts