ଅନ୍ୟ ଯୁବକ ସହିତ କଥା ହେବା ପଡ଼ିଲା ମହଙ୍ଗା : ବୟଫ୍ରେଣ୍ଡଙ୍କ ଚାପୁଡ଼ାରେ ଯୁବତୀଙ୍କ ଆକସ୍ମିକ ମୃତ୍ୟୁ

Published By : Prameya-News7 Bureau | December 02, 2019 IST

ମୁମ୍ବାଇ ୨/୧୨: ଗତ ଶନିବାର ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଏତେ ଜୋରରେ ଚାପୁଡ଼ା ମାରିଛି ଯେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏଥିପାଇଁ ପୋଲିସ୍ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି।

ମାନଖୁର୍ଦ ପୋଲିସ୍ ଥାନାର ବରିଷ୍ଠ ନୀରିକ୍ଷକ ନୀତିନ ବାହାଡ଼େ ରବିବାର କହିଛନ୍ତି ଯେ ୩୫ବର୍ଷ ବୟସ୍କା ସୀତା ପ୍ରଧାନ ନାମ୍ନୀ ମହିଳାଙ୍କୁ ସାର୍ବଜନିକ ଶୈାଚାଳୟ ନିକଟରେ ଅନ୍ୟ ଜଣଙ୍କ ସହ କଥା ହେଉଥିବା ଦେଖି ତାଙ୍କ ବୟ​‌ଫ୍ରେଣ୍ଡ ରାଜୁ ପୂଜାରୀ ୟାଲ୍ଲପା ତାଙ୍କୁ ଚାପୁଡ଼ା ମାରିଥିଲେ। ଏହା ପରେ ସେ ବେହୋଶ ହୋଇ ଯାଇଥିଲେ। ତେଣୁ ତୁରନ୍ତ ତାଙ୍କୁ ଘାଟକୋପରର ରାଜାବାଡ଼ି ହସ୍ପିଟାଲକୁ ନିଆଯାଇଥିଲା,ସେଠାରେ ତାଙ୍କୁ ମୃତ ଘୋଷିତ କରି ଦିଆଯାଇଥିଲା।

ତାଙ୍କ କହିବା ଅନୁସାରେ ସେମାନେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛନ୍ତି ଯାହା ପରେ ସେମାନେ କାର୍ଯ୍ୟାନୁଷ୍ଠାନ ନେବେ। ୟାଲପ୍ପାକୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

ମୃତ ସୀତାଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ରାଜୁ ପୂଜାରୀ ତାଙ୍କୁ ଅତ୍ୟନ୍ତ ନିର୍ମମଭାବେ ପିଟିଛି। କିଛି ସମୟ ପରେ ରିପୋର୍ଟ ଆସିବା ପରେ ପୋଲିସ୍ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରି ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.