Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

‘ମୋତେ ବଞ୍ଚାଅ, ମୋତେ ବଞ୍ଚାଅ’… କିନ୍ତୁ ଦେଖିଲେ ଶୁଣିଲେ କେହି ଆସିଲେ ନାହିଁ, ଘର ଲୋକଙ୍କ ଆଗରେ ଛଟପଟ୍‌ ହୋଇ ପ୍ରାଣ ଗଲା

12/12/2019 at 8:07 PM

ମୁଜାଫାନଗର୧୨/୧୨: ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଦିନ ଦ୍ବିପହରେ ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବତୀ ସ୍ବିଟି ଦେଖିଥିବା ସ୍ବପ୍ନ ଅଧାରେ ରହିଗଲା। ସ୍ବିଟି ଥିଲେ ଜଣେ ଶିକ୍ଷିତା ଯୁବତୀ। ସେ ବିଇଡି କରି ଥିଲେ। ଔଷଧ କିଣିବା ପାଇଁ ସ୍ବିଟି ବାହାରକୁ ଯିବା ସମୟରେ ଅଚାନକ ଅମିତ୍ ନାମକ ଜଣେ ଯୁବକ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଫାୟାରିଂ କରିଥିଲା।

ସବୁଠାରୁ  ଆଶ୍ଚର୍ଯ୍ୟର କଥା ଗାଁ ଲୋକଙ୍କ ଉପସ୍ଥିତିରେ ଅଭିଯୁକ୍ତ ଯୁବକ ସ୍ବିଟିଙ୍କୁ ଗୁଳି କରି ହତ୍ୟା କରିଥିଲା। ହେଲେ ଏହାକୁ କେହି ବିରୋଧ କରି ନ ଥିଲେ। ମୋତେ ବଞ୍ଚାଅ, ମୋତେ ବଞ୍ଚାଅ ବୋଲି ସ୍ବିଟ୍ ଚିତ୍କାର କରିଥିଲେ। ହେଲେ ସବୁ ଦେଖିଲେ, ଶୁଣିଲେ କିନ୍ତୁ ତାଙ୍କ କଥା କେହି ଶୁଣି ନ ଥିଲେ। ଗାଁର କୌଣସି ବ୍ୟକ୍ତି ତାଙ୍କୁ ରକ୍ଷା କରି ନ ଥିଲେ । ଶେଷରେ ଘର ଲୋକଙ୍କ ସାମ୍ନାରେ ଛଟପଟ୍ ହୋଇ ସ୍ବିଟି ପ୍ରାଣ ହରାଇଥିଲେ। ମୁଜାଫାନଗରର ବହୁପୁରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ମୁଜାଫାନଗରର ବହୁପୁରା ଅଞ୍ଚଳରେ ୨୨ ବର୍ଷ ବୟସ୍କା ଯୁବତୀ ସ୍ବିଟି ବିଇଡି ପାଠ ଶେଷ କରି ଶିକ୍ଷୟତ୍ରୀ ହେବେ ବୋଲି ସ୍ବପ୍ନ ଦେଖି ଥିଲେ। ତାଙ୍କର ପରିବାର ଆର୍ଥିକ ଅବସ୍ଥା ଏତେ ଭଲ ନ ଥିଲା। ତେଣୁ ସ୍ବିଟି ଚାକିରି କରି ପରିବାରର ଆର୍ଥିକ ସମସ୍ୟା ଦୂର କରିବେ ଭାବି ଥିଲେ। ହେଲେ ତାଙ୍କୁ ଗୁଳି କରି ହତ୍ୟା କରି ଦିଆଗଲା। ସ୍ବିଟିଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ଆଖି ସାମ୍ନାରେ ସ୍ବିଟିଙ୍କୁ ଗୁଳି କରି ହତ୍ୟା କରି ଦିଆଗଲା। ଗାଁର ସବୁ ଲୋକ ଛିଡ଼ା ହୋଇ ଦେଖିବା ଛଡ଼ା କିଛି କରି ପାରିଲେ ନାହିଁ। ସ୍ବିଟି ମାତ୍ର ମାଆଙ୍କ ସାମ୍ନାରେ ଝିଅକୁ ହତ୍ୟା କରି ଦିଆଗଲା।

ସ୍ବିଟିଙ୍କ ଭଉଣୀଙ୍କ କହିବା ଅନୁସାରେ ଅଭିଯୁକ୍ତ ଅମିତ୍‌ ତାଙ୍କ ଭଉାଣୀଙ୍କୁ କୌଣସି ଏକ କାରଣ ପାଇଁ ବ୍ଲାକମେଲିଂ କରୁଥିଲା। ସ୍ବିଟି ଔଷଧ କିଣିବା ପାଇଁ ଘରୁ ବାହାରିବା ସମୟରେ ଅଭିଯୁକ୍ତ ଅମିତ ତାଙ୍କ ବାଇକରେ ବସିବା ପାଇଁ କହିଥିଲା। ସ୍ବିଟି ମନା କରିବାରୁ ଅମିତ୍‌ ତାଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ଅମିତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts