Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଯୁବତୀଙ୍କୁ ଅପହରଣ ପରେ ଚଳନ୍ତା କାର୍‌ରେ ୧୨ଘଣ୍ଟା ଧରି ଗଣଦୁଷ୍କର୍ମ

4/12/2019 at 10:06 AM

ସାଓ୍ବାଇ ମାଧୋପୁର ୪।୧୨: ରାଜସ୍ଥାନ ସଓ୍ବାଇ ମାଧୋପୁରରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ସଓ୍ବାଇ ମାଧୋପୁରର ଜବାହର ଅଞ୍ଚଳରେ ଯୁବତୀଙ୍କ ସହ କାର୍‌ରେ ଅପହରଣ କରିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏହି ଘଟଣାର ଏପର୍ଯ୍ୟନ୍ତ ଖୁଲାସା କରିନାହିଁ ।

ପୀଡିତାଙ୍କ ଅଭିଯୋଗ ଅନୁସାରେ ୩ଦିନ ତଳେ ଜବାହାର ଅଞ୍ଚଳରେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାର୍‌ରେ ବସିଥିଲେ । ସେହି ସମୟରେ ଯୁବକଙ୍କ ଅନ୍ୟ ଜଣେ ବନ୍ଧୁ କାର୍ ଭିତରକୁ ଆସିଥିଲେ । ସେ ସେଠାରେ ମଦ ପିଇବାକୁ ଲାଗିଲେ । ତାପରେ ତାଙ୍କର ଅନ୍ୟ ଜଣେ ବନ୍ଧୁ ଏକ ଇନୋଭା କାର୍ ନେଇ ସେଠାକୁ ଆସିଥିଲେ ଏବଂ ଯୁବତୀଙ୍କୁ ଜୋରଜବରଦସ୍ତ କାର୍ ବସାଇ ନେଇଯାଇଥିଲେ ।

ଯୁବତୀଙ୍କୁ ସାଥିରେ ନେଇ ସେମାନେ ରାତି ସାରା ବୁଲିଥିଲେ । ରାସ୍ତାରେ ଯୁବତୀଙ୍କୁ ବେହୋସ କରି କାଲଓ୍ବାଡା ଅଞ୍ଚଳକୁ ନେଇ ଯାଇଥିଲେ । କାର୍ ଭିତରେ ସେମାନେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଯେତେବେଳେ କାର୍ ର ଡେଜେଲ୍ ସରିଗଲା ସେତେବେଳେ ସେମାନେ କାର୍ ଟିକୁ ପେଟ୍ରୋଲ ପମ୍ପ୍ ଯାଇଥିଲେ ।

ପେଟ୍ରୋଲ ପମ୍ପ୍ ରେ ଜଣେ କର୍ମଚାରୀଙ୍କ ସହାୟତାରେ ଯୁବତୀ ଜଣଙ୍କ କାଲଓ୍ବାଡା ପୋଲିସକୁ ଘଟଣା ସଂପର୍କରେ ଜଣାଇଥିଲେ । କାଲଓ୍ବାଡା ଥାନା ଅଞ୍ଚଳରେ ଆସୁନଥିବା ପୋଲିସ କହିଥିଲା । ଫଳରେ ଜବାହର ଅଞ୍ଚଳର ପୋଲିସକୁ ଖବର ଦିଆଯାଇଥିଲା ।

ଘଟଣାର ୩ଦିନ ପର୍ଯ୍ୟନ୍ତ ପୋଲିସ ଘଟଣାର ଚପାଇ ରଖିଥିଲା । ମାତ୍ର ଘଟଣା ସାମ୍ନାକୁ ଆସିବା ପରେ ପୋଲିସ କହିଛି ଯେ, ଯୁବତୀ ଜଣଙ୍କ ସଓ୍ବାଇ ମାଧୋପୁରରେ ରହୁଥିଲେ । ସେ ଏକ ଇଭେଣ୍ଟ କମ୍ପାନୀରେ କାମ କରୁଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରଖିଛି ପୋଲିସ ।

   Related Posts