ପୋଲିସକର୍ମୀଙ୍କ ମୁହଁ ଉପରେ ପରିସ୍ରା ପକାଇଲେ ଯୁବତୀ: ଥାନାକୁ ଯାଇ କଲେ ହଙ୍ଗାମା..

Published By : Prameya-News7 Bureau | September 30, 2021 IST

ୱାଶିଂଟନ୍ ୩୦/୦୯ : ଆମେରିକାର ୱାରସେଷ୍ଟରରେ ଏକ ଆଶ୍ଚର୍ଯ୍ୟ କର ଘଟଣା ସାମ୍ନାକୁ ଆସିଛି । ଯାହାକି ଆପଣଙ୍କୁ ତାଜୁବ୍‌ କରିଦେବେ । ତେବେ ଯୁବତୀ ଜଣଙ୍କ  ପୋଲିସ୍‌କର୍ମୀଙ୍କ ମୁହଁରେ ପରିସ୍ରା ହୋଇଥିବା ପ୍ୟାଣ୍ଟ ଫିଙ୍ଗିଥିଲେ। କେବଳ ଏତିକି ନୁହେଁ ନର୍ସ ଓ ସିକ୍ୟୁରିଟି ଗାର୍ଡ ସମେତ ୨ ପୋଲିସକର୍ମୀ ଉପରେ ଆକ୍ରମଣ କରିଥିଲେ ।

ତେବେ ସୂଚନା ଅନୁଯାୟୀ  ଅଭିଯୁକ୍ତ ଯୁବତୀ ଜଣଙ୍କ  ଅଲନା ନାଇଟ୍‌ । ତାଙ୍କ ବୟସ ମାତ୍ର ୧୯ ବର୍ଷ ଅଟେ । ଯୁତୀ ଜଣଙ୍କ ଡ୍ରଗ୍ସର ଏତେ ମାତ୍ରାରେ ନେଇଥିଲେ ଯେ ନିଜର ହିତଜ୍ଞାନ ହରାଇ ବସିଥିଲେ। ନିଶାରେ ଥିବା ଅବସ୍ଥାରେ ପୋଲିସ୍‌ ଷ୍ଟେଶନରେ ଥିବା  ଜିନିଷକୁ ଭଙ୍ଗା ରୁଜା କରିବା ସହ ନିଜ ଘର ଉପରେ ମଧ୍ୟ ପଥର ଫିଙ୍ଗିଥିଲେ । ଯେତେବେଳେ ଯୁବତୀଙ୍କ ବାପାଙ୍କୁ ଜଣା ପଡିଲା ଯେ ତାଙ୍କ ଝିଅ ଡ୍ରଗ୍ସ ମାତ୍ରା ଅଧିକ ନେଇଛନ୍ତି । ସେ ତୁରନ୍ତ ହସ୍ପିଟାଲ୍‌ ନେବାକୁ ଚିନ୍ତା କଲେ । କିନ୍ତୁ ତାଙ୍କ ଝିଅକୁ  ସମ୍ଭାଳି ପାରି ନଥିଲେ ଫଳରେ ସେ ହସ୍ପିଟାଲ ନେଇ ପାରି ନଥିଲେ । ହସ୍ପିଟାଲରୁ ଆସିଥିବା ନର୍ସ ଓ ସିକ୍ୟୁରିଟି ଗାର୍ଡ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ହେଲେ ଯୁବତୀଙ୍କ ବାପା ଆଉ କିଛି ଚିନ୍ତା ନକରି ପୋଲିସ୍ କୁ ତୁରନ୍ତ ଫୋନ୍‌ କରିଥିଲେ। 

କାହିଁକି ନା ତାଙ୍କୁ ହସ୍ପିଟାଲ ନେବାରେ ସାହାଯ୍ୟ କରିପାରିବ । କିନ୍ତୁ ତାଙ୍କ ନିଶା ଏତେ ଥିଲା ଯେ ପୋଲିସ୍ ମଧ୍ୟ ତାଙ୍କୁ କାବୁ କରି ପାରିଲେ ନାହିଁ । ଶେଷରେ ସେ ପୋଲିସ କର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ସହ ତାଙ୍କ ମୁହଁରେ ପରିସ୍ରାରେ ଭିଜି ଥିବା ପ୍ୟାଣ୍ଟ ଫିଙ୍ଗିଥିଲେ । ଏହା ସହ ଆଉ ଜଣେ କର୍ମୀଙ୍କ ହାତକୁ ନିଜ ଦାନ୍ତରେ କାମୁଡି ଦେଇଥିଲେ । ତେବେ ଏହି ଘଟଣାକୁ କେନ୍ଦ୍ର କରି ପୋଲିସ୍ କହିଛି ଯେ ଯୁବତୀଙ୍କ ନାଁରେ ଏକ ମାମଲା ରୁଜୁ କରି  ଯାଞ୍ଚ କରାଯାଉଛି । ଏପରି ମାମଲାରେ ଯୁବତୀ ଜଣଙ୍କୁ ଜେଲ୍‌କୁ ମଧ୍ୟ ପଠା ଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.