ବିବାହ ପୂର୍ବରୁ ଯୁବତୀଙ୍କୁ ଦୁଷ୍କର୍ମ କରି ଭିଡିଓ ରେକଡିଂ କଲା; ବିବାହ ପରେ ଯୁବତୀଙ୍କ ସ୍ୱାମୀକୁ ପଠାଇଲା ଦୁଷ୍କର୍ମ ଭିଡିଓ

Published By : Prameya-News7 Bureau | June 02, 2019 IST

ବରେଲୀ ୨/୬ : ଉତ୍ତର ପ୍ରଦେଶ ବରେଲୀରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିଲା । ଦୁଷ୍କର୍ମ ବେଳର ଭିଡିଓ ରେକଡିଂ କରିଥିଲା ଯୁବକ । ମାମଲା ସେତେବେଳେ ସାମ୍ନାକୁ ଯେତେବେଳେ ଯୁବତୀଙ୍କ ବିବାହର ପରବର୍ତ୍ତୀ ଦିନ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ତାଙ୍କ ସ୍ୱାମୀଙ୍କ ପାଖକୁ ପଠାଯାଇଥିଲା । ଭିଡିଓ ଦେଖିବା ପରେ ଯୁବକ ନିଜ ସ୍ତ୍ରୀକୁ ଘରୁ ବାହାର କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ବିବାହର କିଛି ଦିନ ପୂର୍ବରୁ ପୀଡିତା ନିଜର ଜଣେ ବାନ୍ଧବୀଙ୍କ ଘରକୁ ଯାଇଥିଲେ । ବାନ୍ଧବୀଙ୍କ ଭାଇ ଯୁବତୀଙ୍କୁ ଚାରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ଦେଇଥିଲେ । ଚା ପିଇବା ପରେ ଯୁବତୀଙ୍କ ମୁଣ୍ଡ ବୁଲାଇଲେ ସେ ବେହୋସ ହୋଇଯାଇଥିଲେ । ଚେତାଶୂନ୍ୟ ଅବସ୍ଥାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ତାଙ୍କ ବାନ୍ଧବୀଙ୍କ ଭାଇ । ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ରେକଡିଂ କରିଥିଲା ଅଭିଯୁକ୍ତ ।

ସେହି ଭିଡିଓକୁ ଅଭିଯୁକ୍ତ ଯୁବକ ପୀଡିତାଙ୍କ ବିବାହର ପରଦିନ ତାଙ୍କ ସ୍ୱାମୀଙ୍କ ପାଖକୁ ପଠାଇଥିଲା । ନିଜ ସ୍ତ୍ରୀର ଏହିଭଳି ଆପତ୍ତିଜନକ ଭିଡିଓ ଦେଖିବା ପରେ ସେ ନିଜ ସ୍ତ୍ରୀକୁ ଘରୁ ବାହାର କରିଦେଇଥିଲେ । ଏଥିରେ ପୀଡିତ ଭାଙ୍ଗି ପଡ଼ିଥିଲେ । ସେ ସିରୌଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସିରୌଲି ଥାନା ଅଧିକାରୀ ସୋମ ପ୍ରକାଶ ଅଭିଯୁକ୍ତ ବିରୋଧରେ ଶାନ୍ତି ଭଙ୍ଗ ଚାଲାଣ କାଟି ତାକୁ ଛାଡି ଦେଇଥିଲେ । ଏହାପରେ ପୀଡିତା ଏସଏସପିଙ୍କ ନିକଟକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ । ଏସଏସପି ଘଟଣାର ଯାଞ୍ଚ କରାଇଥିଲେ ଏବଂ ସିରୌଲି ଥାନା ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କୁ ନିଲମ୍ବିତ କରିଦେଲେ ।

ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ଓ ଆଇଟି ଆକ୍ଟ ଧାରାରେ ମାମଲା ରୁଜ୍ଜୁ କରାଯାଇଛି । ପୀଡିତା ଦୁଃଖରେ ଭାଙ୍ଗିପଡି କାହା ସହ କଥାବାର୍ତ୍ତା କରୁନାହାନ୍ତି । ନିଜକୁ ଗୋଟିଏ ଘରେ ବନ୍ଦ କରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.