ଡାକ୍ତରଖାନାରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | October 04, 2021 IST

ଜଗତସିଂହପୁର ୪।୧୦: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କଟରା ଅଞ୍ଚଳର ଜନୈକା ଯୁବତୀଙ୍କ ରବିବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ସମ୍ପର୍କୀୟ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ସମ୍ପର୍କୀୟମାନେ ମୃତଦେହକୁ ଛାଡି ଚାଲି ଯାଇଥିବାର ଜଣାପଡିଛି । ମୃତ ଯୁବତୀଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ ।  ସେ ଦୀର୍ଘ ଦିନ ହେବ ନିଶା ସେବନ କରି ଆସୁଥିଲେ ।

ରବିବାର ସେ ବିଷାକ୍ତ ମଦ ପିଇ କିମ୍ବା ଅତ୍ୟଧିକ ମଦ୍ୟପାନ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଚିକିତ୍ସା କରୁଥିବା ଡାକ୍ତର ଏ ବାବଦରେ କିଛି କହିବା ପାଇଁ ମନା କରିଦେଇଥିବା ବେଳେ ସ୍ଥାନୀୟ ପୋଲିସ ମୃତଦେହକୁ ଶବ ଗୃହରେ ରଖି ଅଧିକ ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.