Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସ୍ବାମୀ ପସନ୍ଦ ନହେବାରୁ ଯୁବତୀ ନେଲେ ଏହି ଆଶ୍ଚର୍ଯକର ନିଷ୍ପତ୍ତି

5/06/2019 at 6:11 PM

ଶାହଜାହାନପୁର ୫/୬: ଉତ୍ତରପ୍ରଦେଶର ଶାହାଜାହାନପୁରର ସିନ୍ଧୋଲି ବ୍ଲକର ଜଣେ ଯୁବତୀ ସୋମବାର ରାତିରେ ନିଜ ରୁମରେ କୁଣ୍ଡିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସୋମବାର ପରିବାରର ସଦସ୍ୟ ତିଳକ ଚଢ଼ାଇ ଫେରିଥିଲେ। କୁହାଯାଉଛି,ଯେ ଯୁବତୀଙ୍କୁ ବର ପସନ୍ଦ ନଥିଲେ। ସେ ବିବାହ କରିବାକୁ ମନା କରୁଥିଲେ। କିନ୍ତୁ ପରିବାର ଲୋକେ ତାଙ୍କୁ ଜବରଦସ୍ତି ବିବାହ କରୁଥିଲେ। ଏଥିପାଇଁ ଯୁବତୀ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

ଯୁବତୀଙ୍କ ପାଞ୍ଚ ଭାଇ ଏବଂ ୫ଭଉଣୀ ଥିଲେ। ତାଙ୍କ ବିବାହ ଲକ୍ଷ୍ମୀପୁରର ଏକ ଗାଁରେ ସ୍ଥିର ହୋଇଥିଲା। ଏହି ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଯୁବତୀଜଣକ ବିବାହ କରିବାକୁ ରାଜି ନଥିଲେ। ତାଙ୍କୁ ପୁଅ ପସନ୍ଦ ନଥିଲା। କିନ୍ତୁ ପରିବାର ଲୋକେ ଆର୍ଥିକ ସ୍ଥିତି ଭଲ ନଥିବା କହି ତାଙ୍କର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଯୁବତୀ ଜଣକ ମାନସିକ ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ ଜୀବନ ଦେଇ ଦେଇଥିଲେ। ପୋଲିସକୁ ଜଣାଇବା ଆଗରୁ ପରିବାର ଲୋକେ ଝିଅର ଅନ୍ତିମ ସଂସ୍କାର କରି ଦେଇଥିଲେ।

   Related Posts