ଯୁବକର ଏକତରଫl ପ୍ରେମ ନିବେଦନରୁ ଯୁବତୀଙ୍କ ଆତ୍ମହତ୍ୟା

Published By : Prameya-News7 Bureau | November 27, 2018 IST

କେନ୍ଦ୍ରାପଡ଼ା ୨୭/୧୧: ଯୁବକର ଏକତରଫl ପ୍ରେମ ନିବେଦନରୁ ଯୁବତୀଙ୍କ ଆତ୍ମହତ୍ୟା ଘଟିଛି | ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପଳକଣା ଗ୍ରାମରେ | ଏହି ଗ୍ରାମର ଧନେଶ୍ଵର ଦାସଙ୍କ ଝିଅ ପୂଜା ନିଜ ସାନ ଭାଇ ସାଙ୍ଗର ପ୍ରେମ ନିବେଦନରେ ଅତିଷ୍ଠ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଓଢ଼ଣା ବେକରେ ବାନ୍ଧି ଶୋଇବା ଘର ପଙ୍ଖାରେ ଝୁଲି ଯାଇଛି | ତେବେ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ପରିବାର ଲୋକେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ | ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ଗାଁ କଙ୍ଗାରୁ କୋର୍ଟରେ ଝିଅର ବିଚାର ହୋଇଥିଲା | କଙ୍ଗାରୁ କୋର୍ଟରେ ଝିଅର ପରିବାରକୁ ଚାରିଶହ ଟଙ୍କା ଜୋରିମାନା କରାଯାଇଥିବା ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି | ଆଜି ଝିଅର ମୃତ୍ୟୁ ଖବର ପାଇ ନିକିରାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଯବତ୍ କରିଛି | ଅନ୍ୟପକ୍ଷରେ ଅଭିଯୁକ୍ତ ଯୁବକ ଫେରାର୍ ଥିବା ଜଣା ପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.