କଟକର ଘରୋଇ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ
22/09/2019 at 12:43 PM

କଟକ ୨୨/୯: କଟକର ଘରୋଇ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ହଷ୍ଟେଲ ରୁମ୍ରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ହେଲେ ଇମର୍ତ୍ତୀ ଦେବୀ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଅର୍ପିତା ରାଉତ।
ଗତ ୩ ମାସ ହେବ ସେ ମିଶନ ରୋଡରେ ମାତୃକୃପା ହଷ୍ଟେଲ ରହୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଏନେଇ ତଦନ୍ତ ଚଳାଇଛି।