ଶାରିରୀକ ସଂପର୍କ ସତ୍ତ୍ବେ ବିବାହ କରିବା ପାଇଁ ରାଜି ହେଲାନି ପ୍ରେମିକ : ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ପ୍ରେମିକା

Published By : Prameya-News7 Bureau | May 30, 2019 IST

ଭଦ୍ରକ ୩୦|୫:  ପ୍ରେମ କରୁଥିଲା, ଆଉ ଦୁଇ ବର୍ଷ ହେଲା ଶାରିରୀକ ସଂପର୍କ ବି ରଖିଥିଲା । ତେବେ ବିବାହ ପାଇଁ ମନା କରିଦେବାରୁ ପ୍ରମିକା ଜଣଙ୍କ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ଦୀର୍ଘ ଆଠ ଘଂଟା ମୃତ୍ୟୁ ସହ ସଂଗ୍ରାମ କରି କଟକ ଏସସିବି ମେଡିକାଲରେ ଆଖି ବୁଜି  ଦେଇଛନ୍ତି ପ୍ରେମିକା । 

{"id":117598}

ଭଦ୍ରକ ସହରର ମିର୍ଜ।ପୁର ଗାଁରେ ଘଟିଛି ଏହି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି କରିସ୍ମା ଖାତୁନ । ସେ କଂଟାବଣିଆ ଗାଁର ଶେଖ୍ ସାଦବ୍ କୁ ଭଲ ପାଉଥିଲେ । ଗତକାଲି କରିସ୍ମା ସାଦବଙ୍କ ଘରକୁ ଯାଇ ବିବାହ କରିବା ନେଇ ଦିନ ସାରା ଧାରଣାରେ ବସିଥିଲା । ହେଲେ ନିରାଶ ହୋଇ ଘରକୁ ଫେରିଥିଲେ । ଆଉ ରାତିରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.