ଯୁବତୀଙ୍କ ହ୍ଵାଟସଆପକୁ ଆସିଲା ପ୍ରେମିକସହ ଆପତ୍ତିଜନକ ଅବସ୍ଥାର ଉଠାଇଥିବା ନିଜଫଟୋ, ସମ୍ମାନ ଭୟରେ ପ୍ରାଣ ହାରିଲା ଯୁବତୀ

Published By : Prameya-News7 Bureau | January 22, 2019 IST

ବଳରାମପୁର ୨୨/୧- ଆଜିକାଲି ପ୍ରେମପାଇଁ ଜୀବନ ହାରିବା ଘଟଣାଠାରୁ ବ୍ଲାକମେଲର ଶିକାର ହୋଇ ପାଇଁ ଜୀବନ ହାରିବା ବହୁଳ ପରିମାଣରେ ଦେଖାଦେଇଛି । ପ୍ରଥମେ ପ୍ରେମ, ତା ପରେ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ । ଶାରୀରିକ ସଂପର୍କ ସମୟରେ ଫଟୋ କି ଭିଡ଼ିଓ ଉତ୍ତୋଳନ କରି ବ୍ଲାକମେଲ କରିବାଭଳି ସମାସ୍ୟା ଜଟିଳ ହୋଇପଡ଼ିଲାଣି । ଏହି ବ୍ଲାକମେଲରେ ଶିକାର ହୋଇ ଜୀବନ ହାରୁଛନ୍ତି ଶହଶହ ଯୁବତୀ । ସେହିଭଳି ଘଟଣା ଘଟିଛି ଛତିଶଗଡ଼ର ବଳରାମପୁର ଅଂଚଳରେ ।

ବଳରାମପୁର ଅଂଚଳରେ ପୂର୍ଣ୍ଣିମା ନାମକ ଜଣେ ଯୁବତୀ ଫାଶୀଦେଇ ଆତ୍ମହତ୍ୟା କରିବା ପରେ ପଦାକୁ ଆସିଛି ଏହି ଘଟଣାର ସତ୍ୟତା । ପୂର୍ଣ୍ଣିମା ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କରେ ଥିଲେ । ଯୁବକ ବିବାହ କରିବାକୁ କହି ପୂର୍ଣ୍ଣିମା ସହ ରଖିଥିଲେ ଶାରୀରିକ ସଂପର୍କ । କିନ୍ତୁ ଯୁବକ ଜଣକ ଚତୁରତାର ସହ ପୂର୍ଣ୍ଣିମାର କିଛି ଆପତ୍ତିଜନକ ଫଟୋ ଉଠାଇ ନିଜ ମୋବାଇଲେ ରଖିଥିଲେ । ସେ ପୂର୍ଣ୍ଣିମାକୁ ବିଭିନ୍ନ ସମୟରେ ଦେଖାଇ ବ୍ଲାକମେଲ କରୁଥିଲେ ।

ଘଟଣାଦିନ ସେ ଯୁବତୀଙ୍କୁ ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ଛାଡ଼ିଦେବାକଥା ଧମକାଇଥିଲେ । ନିଜ ମୋବାଇଲରୁ ସ୍କ୍ରିନ ସଟ୍ ମାରି ତାଙ୍କ ଅଶ୍ଳୀଳ ଫଟୋକୁ ହ୍ଵାଟସଆପରେ ପଠାଇଥିଲେ । ଯୁବତୀ ଏହି ଫଟୋ ଦେଖି ବିଶ୍ଵାସ କରିପାରିନ ଥିଲେ ତାଙ୍କର ଏଭଳି ଆପତ୍ତିଜନକ ଫଟୋ ଯୁବକଙ୍କ ପାଖରେ ଅଛି ବୋଲି । ସେ  ଦିନ ୧୨.୪୫ରେ ଯୁବକ ଶେଷ ମେସେଜ ଲେଖି ଆତ୍ମହତ୍ୟା କରିଥିବାର ପରିବାର ଲୋକ କହିଛନ୍ତି ।

ଯୁବକଙ୍କୁ ଶେଷ ମେସେଜ ଲେଖି ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ଯୁବତୀ । ପରିବାର ଲୋକ କବାଟ ଭାଙ୍ଗି ଡ଼ାକ୍ତରଖାନାକୁ ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଯୁବକ ଫେରାର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.