Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଅଶ୍ଳୀଳ ଫଟୋ ଉଠାଇ ଯୁବକ କରୁଥିଲା ବ୍ଲାକମେଲ : ଯୁବତୀ କଲେ ଆତ୍ମହତ୍ୟା

8/11/2019 at 7:56 AM

ଜଗତସିଂହପୁର ୮।୧୧ :  ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ତେଣ୍ଟଇ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଯୁବକ କରୁଥିଲା ବ୍ଲାକମେଲ । ବାରମ୍ବାର ଗ୍ରାମସଭା ଓ ପୋଲିସରେ ଜଣାଇବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ଶେଷରେ ନିରାଶ ହୋଇ ଫ୍ୟାନରେ ଝୁଲି ପଡି ଜୀବନ ହାରିଦେଲେ ପୀଡିତା ଯୁବତୀ ।

ସୂଚନାଯୋଗ୍ୟ ଯେ, ନାଉଗାଁ ଥାନା ତେଣ୍ଟଇ ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ହେଲା ଏକତରଫା ପ୍ରେମ କରିବା ସହ ବିଭିନ୍ନ ସମୟରେ ହଇରାଣ କରି ଆସୁଥିଲା । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଧମକ ଚମକ ଦେଉଥିଲେ । ଯୁବତୀଙ୍କ ଗାଧୋଇବା ବେଳର ଆପତ୍ତିଜନକ ଫଟୋ ଉଠାଇ ତାକୁ ପୀଡିତାଙ୍କର ଘର ନିକଟରେ ବିଭିନ୍ନ ସ୍ଥାନରେ ପୋଷ୍ଟର କରି ଲଗାଇଥିଲେ । ନିର୍ଯାତନା ଅସହ୍ୟ ହେବା ପରେ ଏ ବାବଦରେ ପୀଡିତାଙ୍କର ବାପା ମା ଗ୍ରାମ କମିଟିରେ ଜଣାଇବା ପରେ ବର୍ଷେ ତଳେ ଗାଁରେ କମିଟି ବସି ଏହାର ସମାଧାନ କରାଯାଇଥିଲା ।

କିଛି ଦିନ ପରେ ଅଭିଯୁକ୍ତ ଯୁବକ  ପୁନର୍ବାର ପୂର୍ବ ନୀତି ଆପଣେଇବା ସହ ପୁଣି ହଇରାଣ କରିବାରୁ ପୀଡିତା ଓ ତାଙ୍କର ମା ନାଉଗାଁ ଥାନାରେ ଏ ବାବଦରେ ୬ ମାସ ତଳେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏ ବାବଦରେ କେବଳ ପ୍ରତିଶୃତି ଦେଇ ଘଟଣାକୁ ହାଲକା ଭାବରେ ନେଇ ବସି ପଡ଼ିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ପୁନର୍ବାର ପୀଡିତାଙ୍କର  ସେହି ଆପତ୍ତିଜନକ ଫଟୋକୁ ତାଙ୍କର ବନ୍ଧୁ ବାନ୍ଧବ ଘରକୁ ମଧ୍ୟ  ପଠାଇବା ସହ ପୀଡିତାଙ୍କର ବାହାଘର ପ୍ରସ୍ତାବକୁ ମଧ୍ୟ ଭାଙ୍ଗିବାରେ ଲାଗିଲା ।

ପୁଣିଥରେ ପୀଡିତାଙ୍କର ଘର କବାଟରେ ସେହି ଫଟୋକୁ ଲଗାଇ ଚାଲି ଯାଇଥିଲା ଅଭିଯୁକ୍ତ ଯୁବକ । ବାରମ୍ବାର ଏପରି ନିର୍ଯାତନା ସାଙ୍ଗକୁ ଏଣେ ପୋଲିସ ପାଖରୁ ନ୍ୟାୟ ନପାଇବା ପରେ ପୀଡିତା ଘର ଭିତରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ନାଉଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇ ଯାଇଥିବାର ପୋଲିସ କହିଛି ।  

   Related Posts