Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପ୍ରେମିକର ବାହାଘର କିନ୍ତୁ ଅଭିଯୋଗ ଶୁଣିଲାନି ପୋଲିସ , ଥାନାରେ ନିଶାବଟିକା ଖାଇଦେଲେ ଯୁବତୀ

8/12/2019 at 1:05 PM

କୁଚିଣ୍ଡା ୮/୧୨: ଥାନା ପରିସରରେ ନିଶାବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ପ୍ରତାରକ ପ୍ରେମିକର ବାହାଘର ଅଟକାଇବାକୁ ପୋଲିସ ଶୁଣିଲାନି । ତେଣୁ ହତାଶାରେ ଯୁବତୀ ଜଣଙ୍କ ଏପରି କରିଥିବାର ଶୁଣାଯାଉଛି ।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାରେ ଏହା ଦେଖିବାକୁ ମିଳିଛି । ନିଶାବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କୁଚିଣ୍ଡା ଥାନା ଅନ୍ତର୍ଗତ ସଇଡା ଗାଁ ବେଦବ୍ୟାସ ଭୀମଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଗତ ୪ବର୍ଷ ହେଲା ବେଦବ୍ୟାସ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ , ପରେ ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଯୁବକ ତାଙ୍କ ମାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କହି କିଛି ଦିନ ସମୟ ମାଗିଥିଲେ । ମାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ହେବା ପରେ ଯୁବକ ଜଣଙ୍କ ଅନ୍ୟ ସ୍ଥାନାରେ ବିବାହ କରିଥିବା ଖବର ଯୁବତୀ ଜାଣିବାକୁ ପାଇଥିଲେ , ଏନେଇ ସେ କୁଚିଣ୍ଡା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ପୋଲିସ ତାଙ୍କ ଏତଲା ରଖିବାରେ ବିଳମ୍ବ କରିବାରୁ ଯୁବତୀ ଜଣଙ୍କ ନିଜ ସାଙ୍ଗରେ ଆଣିଥିବା ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।  ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts