ବୟଫ୍ରେଣ୍ଡ ସହ କଥା ହୋଇସାରି ଫ୍ୟାନରେ ଫାଶୀଦେଲା ଯୁବତୀ, କଣଥିଲା କାରଣ ଆସନ୍ତୁ ଜାଣିବା...

Published By : Prameya-News7 Bureau | March 17, 2019 IST

ନୋଏଡ଼ା ୧୭/୩- ଦିଲ୍ଲୀର ଗ୍ରେଟର ନୋଏଡ଼ା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ସହ କଥା ହୋଇସାରି ଫ୍ୟାନରେ ଫାଶୀ ଦେବା ଘଟଣା ସ୍ଥାନୀୟ ଅଂଚଳରେ ସୃଷ୍ଟି କରିଛି ଚାଂଚଲ୍ୟ ।

ଅସ୍ମିତା ନାମକ ଜଣେ ଯୁବତୀ ଗ୍ରେଟର ନୋଏଡ଼ାରେ ଭଉଣୀ ପାଖରେ ରହି ପାଠ ପଢ଼ୁଥିଲେ । ଯୁବତୀଙ୍କ ବାପା ଭେଲରେ ଚାକିରି କରୁଥିବା କାରଣରୁ ପରିବାର ସହ ଅନ୍ୟସ୍ଥାନରେ ରହୁଥିଲେ । ବଡ଼ ଭଉଣୀ ସହ ଅସ୍ମିତା ନାମକ ଯୁବତୀ ରହି କଲେଜରେ ପାଠ ପଢ଼ୁଥିଲେ । କଲେଜରେ ଜଣେ ବୟଫ୍ରେଣ୍ଡ ମଧ୍ୟ ଅସ୍ମିତାଙ୍କର ଥିଲା ।

ଘଟଣାଦିନ ବଡ଼ ଭଉଣୀ ନ ଥିବା ସମୟରେ ଅସ୍ମିତା ବହୁତ ସମୟ ଧରି ହର୍ଷିତ ସହିତ କଥା ହୋଇଥିଲେ । କୌଣସି କାରଣରୁ ଝଗଡ଼ା ଲାଗି ଅସ୍ମିତା ଫ୍ୟାନରେ ଫାଶୀ ଦେଇଥିବା କଥା ପୋଲିସ କହିଛି ।

ଅସ୍ମିତା କଥାହେବା ପରେ ଫୋନ ରଖିଦେଇଥିଲା । କିଛି ସମୟ ପରେ ପୁଣି ଫୋନ କଲାପରେ ଅସ୍ମିତା ଉଠାଇ ନଥିଲା । ହର୍ଷିତ ନିଜର ଜଣେ ସାଙ୍ଗକୁ ଅସ୍ମିତା ରହୁଥିବା ଘରପାଖକୁ ପଠାଇଥିଲା । କିନ୍ତୁ କବାଟ ଭିତର ପଟୁ ବନ୍ଦ ଥିଲା । ସନ୍ଦେହ ହେବାରୁ ସେ ଅସ୍ମିତାର ବଡ଼ ଭଉଣୀକୁ ଫୋନ କରି ଏବିଷୟରେ ଜଣାଇଥିଲା ହର୍ଷିତ । ଅସ୍ମିତାର ବଡ଼ ଭଉଣୀ ଆସିବାପରେ ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲା ଅସ୍ମିତା ।

ଏହି ଘଟଣାରେ ପରିବାରଲୋକ ଅସ୍ମିତ ବିରୋଧରେ ଥାନାରେ ଆଣିଛନ୍ତି ଅଭିଯୋଗ । ପୋଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.