Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହାତ ଗୋଡ ବାନ୍ଧି ୪ଘଣ୍ଟା ପର୍ଯ୍ୟନ୍ତ ଛାତ୍ରୀଙ୍କ ସହ ଦୁଷ୍କର୍ମ ; ଝିଅର ଅବସ୍ଥା ଦେଖି ବାପା ହେଲେ ବେହୋସ

21/12/2018 at 10:37 AM

ଜୟପୁର ୨୧|୧୨: ଜୟପୁରରେ ଜଣେ ବିଏସସି ଛାତ୍ରୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ମେଡିକାଲ ଷ୍ଟୋରରୁ ଥଣ୍ଡା ଔଷଧ କିଣି ଘରକୁ ଫେରୁଥିଲେ । ସେହି ସମୟରେ ପଡୋଶୀରେ ରହୁଥିବା ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ଛାତ୍ରୀ ଜଣଙ୍କର ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ଜିଲ୍ଲା ଥାନା କାପସହେଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ରାତିରେ ଛାତ୍ରୀ ଜଣଙ୍କ ମେଡିକାଲ ଷ୍ଟୋରରୁ ଥଣ୍ଡା ଔଷଧ କିଣି ଘରକୁ ଫେରୁଥିଲେ । ସେହି ସମୟରେ ପଡୋଶୀରେ ରହୁଥିବା ଜଣେ ଯୁବକ ତାଙ୍କୁ ଅପହରଣ କରିନେଇ ସେ ରହୁଥିବା ଘରେ ରଖିଥିଲା । ସେଠାରେ ଛାତ୍ରୀ ଜଣଙ୍କର ମୁହଁରେ କପଡା ଭର୍ତ୍ତି କରି ହାତ ଗୋଡ ବାନ୍ଧି ୪ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ବାପା ଝିଅକୁ ଖୋଜାଖୋଜି କରି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ଫଳରେ ତାଙ୍କୁ ଦେଖି ଅଭିଯୁକ୍ତ ଯୁବକ ସେହି ସ୍ଥାନ ଛାଡି ପଳାଇଯାଇଥିଲା । ଯେତେବେଳେ ପୀଡିତାଙ୍କ ବାପା ସେଠାରେ ପହଞ୍ଚିଥିଲେ ତାଙ୍କ ମୁହଁରେ କପଡା ଭର୍ତ୍ତି ହୋଇଥିଲା । ଫଳରେ ସେ ଚିତ୍କାର କରିପାରୁନଥିଲେ । କିଛି ଶବ୍ଦ ଶୁଣି ସେଠାରେ ସେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଝିଅର ଏଭଳି ଅବସ୍ଥା ଦେଖି ସେ ବେହୋସ ହୋଇଯାଇଥିଲେ । ଯେତେବେଳେ ଅଖପାଖ ଲୋକ ଏ ଘଟଣା ସମ୍ବନ୍ଧରେ ଜାଣିଲେ ସେତେବେଳେ ପୋଲିସକୁ ଖବର ଦେଲେ ।

ଖବର ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ଛାନ୍ ଭିନ୍ କରିଥିଲା ପୋଲିସ । ପୀଡିତା ଯୁବତୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯୁବତୀଙ୍କ ଚିକିତ୍ସା କରାଯାଉଛି । ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ଦାୟର କରି ତଦନ୍ତ ଜାରି ରଖିଥିଲା ।

ଏହି ଘଟଣାକୁ ନେଇ ଛାତ୍ରୀଙ୍କ ବାପା କହିଛନ୍ତି ଯେ, ଝିଅକୁ ବହୁ ଖୋଜାଖୋଜି କରି ପାଇନଥିଲେ ।  ଫଲରେ ସେ ପଡୋଶୀମାନଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ । ସମସ୍ତଙ୍କ ଘର ଘର ଯାଇ ଝିଅର ନାଁ ନେଇ ଡାକିଥିଲେ । ଯାହା ଫଳରେ ଅଭିଯୁକ୍ତ ଡରିଯାଇଥିଲା । ଫଳରେ ଗେଟ୍ ଖୋଲି ବାହାରକୁ ପଳାଇଥିଲା । ତାଙ୍କ ଘରୁ ହିଁ ପୀଡିତାଙ୍କୁ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କ ବୟାନ ଆଧାରରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ଜେଲ୍ ପଠାଇଦେଇଛି ।

   Related Posts