ବିଦ୍ୟାଳୟ ପରିସରରେ ପଶି ଛାତ୍ରୀଙ୍କୁ ଦୁଇ ଯୁବକଙ୍କ ଅସଦାଚରଣ !
7/01/2019 at 11:59 AM

କୁଜଙ୍ଗ ୭|୧: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟ ପରିସରରେ ପଶି ଦୁଇ ଜଣ ଯୁବକ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସାହାରାଡିଆ ଗ୍ରାମର ଏହି ଦୁଇ ଜଣ ଯୁବକ ରାକେଶ ମଲ୍ଲିକ ଓ ଚନ୍ଦ୍ର ମଲ୍ଲିକଙ୍କ ନାମରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ଦୁଇ ତାରିଖରୁ ଏହି ଘଟଣା ଘଟିଥିବା ବେଳେ କାହିଁକି ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କାହିଁକି ଦୁଇ ଯୁବକଙ୍କୁ ଗିରଫ କରାଯାଉନାହିଁ ଏହାର ପ୍ରତିବାଦରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାଠପଢ଼ା ବନ୍ଦ କରି ତାଳଦଣ୍ଡା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021