ବିଭିନ୍ନ ସମସ୍ୟା ନେଇ ସ୍କୁଲ ହଷ୍ଟେଲ ଛାଡି ପଳାଇଲେ ୨୫ରୁ ଅଧିକ ଛାତ୍ରୀ

Published By : Prameya-News7 Bureau | March 17, 2019 IST

ମୋରଡା ୧୭|୩ : ହଷ୍ଟେଲ ଛାଡି ଜଙ୍ଗଲକୁ ପଳାଇଲେ ୨୫ରୁ ଅଧିକ ଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ମାକୁନ୍ଦ ଆବାସିକ ହାଇସ୍କୁଲ ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି ଅବାବନୀୟ ଘଟଣା । ହଷ୍ଟେଲରୁ ୨୫ ରୁ ଅଧିକ ଆଦିବାସୀ ଛାତ୍ରୀ ମାନେ ସକାଳୁ ପଳାଇଆସିଥିଲେ । ତେବେ ଘଟଣା ସଂପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ ଜାଣିବା ପରେ ସମସ୍ତ ଶିକ୍ଷକ ମାନେ ପିଲାମାନଙ୍କୁ ଖୋଜିବାରେ ଲାଗିପଡିଥିଲେ  । ପିଲାମାନେ ଦୀର୍ଘ  ୨୦ କିମି ପାଦରେ ଚାଲି ଚାଲି ଅଭିଯୋଗ ଜଣାଇବା ପାଇଁ ଜିଲ୍ଲାପାଳ ନିକଟକୁ ଯାଉଥିଲେ । ତେବେ ହଷ୍ଟେଲରୁ ପିଲା ମାନେ ୨୦ କିମି ରାସ୍ତା ପଳାଇଆସିଥିଲେ ମଧ୍ୟ ସେମାନଙ୍କ ପାଖରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପହଞ୍ଚି ପାରିନଥିଲା ।

{"id":94421}

ଅନ୍ୟପଟେ ସ୍ଥାନୀୟ ଗଣମାଧ୍ୟମ ପିଲାମାନଙ୍କ ପାଖରେ ପହଞ୍ଚି ବୁଝିବା ସହିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଖବର ପାଇ ମୋରଡା ଥାନା ପୋଲିସ ଏବଂ ଡବ୍ଲୁଇଓ ପହଞ୍ଚି ବରକନ୍ଦଠାରେ ପିଲାମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ପରେ ଘଟଣା ସ୍ଥଳରେ ଡିଡବ୍ଲୁଇଓ ପହଞ୍ଚିବା ପରେ ପିଲାମାନଙ୍କୁ ଅଟକାଇ ପିଲାମାନଙ୍କ ସମସ୍ୟା ବୁଝି ସମାଧା ର ପ୍ରତିଶ୍ରୁତି ଦେଇଥିଲେ । ପରେ ପରିସ୍ଥିତି ଶାନ୍ତ ପଡିଥିଲା ।  ତେବେ ହଷ୍ଟେଲର କର୍ତ୍ତୃପକ୍ଷ ଓ ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ପାଇଁ ନିରିହ ଛାତ୍ରୀ ନାନା ଅସୁବିଧାର ସମୁଖୀନ ହେଉଛନ୍ତି ।

{"id":94420}

ବିଭିନ୍ନ ବାଳିକା ହଷ୍ଟେଲ ଅନ୍ତବାସୀ ଙ୍କୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହେଉଛି । ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଶିକ୍ଷକ ମାନେ ସେବା ମନଭାବ ଛାଡି ଲାଭ ଉଠାଇବା ପାଇଁ ବ୍ୟବସାୟ ମନଭାବ ନେଇ ନିମ୍ନମାନର ଖାଦ୍ୟ ପରିବେଷଣ କରିଆସୁଥିବା ସତ୍ବେ ବିଭାଗୀୟ ଅଧିକାରୀମାନେ ଏହାର ପ୍ରତିକାର କରିବା ଦିଗରେ ପଦକ୍ଷେପ ନେବା ବଦଳରେ ମୋଟା ଅଙ୍କର ମାସିକ ବଟି ନେଇ ଚୁପ୍ ରହୁଥିବାରୁ ଅନ୍ତେବାସୀମାନେ ହଷ୍ଟେଲ ଛାଡ଼ିବା ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.