କେନ୍ଦ୍ରାପଡା ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | July 02, 2019 IST

କେନ୍ଦ୍ରାପଡା ୨/୭ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଥିବା ଏକ ଆବାସିକ ମହାବିଦ୍ୟାଳୟର ଲେଡିଜ ହଷ୍ଟେଲ୍ ରୁ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଆଜି ସନ୍ଧ୍ୟାରେ ହଷ୍ଟେଲ୍ ର ଅନ୍ୟ ଛାତ୍ରୀମାନେ ପ୍ରାର୍ଥନା କରୁଥିବା ବେଳେ ଛାତ୍ରୀ ଜଣକ ନିଜ ରୁମ୍ ରେ ମୃତ ପଡ଼ିଥିବାର ହଷ୍ଟେଲ୍ କର୍ମଚାରୀ ଦେଖିବାକୁ ପାଇଥିଲେ । ପରେ ଛାତ୍ରୀର ମୃତଦେହକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ମୃତ୍ୟୁର କାରଣ ଜଣା ପଡି ନାହିଁ । ତେବେ କଲେଜ କତୃପକ୍ଷ ଛାତ୍ରୀର ମୃତଦେହ ମେଡିକାଲରେ ଛାଡି ଦେଇ ଘଟଣାସ୍ଥଳରୁ ଖସି ଯାଇଛନ୍ତି । ମୃତ ଛାତ୍ରୀର ଘର ପାରାଦୀପ୍ ବୋଲି ଜଣାପଡିଥିବା ବେଳେ ପରିବାର ଲୋକେ ପହଂଚି ନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.