ବୁଲେଇନେବା ବାହାନାରେ ଶାଳୀଙ୍କୁ ରେଡି ଲାଇଟ ଅଂଚଳରେ ବିକିଦେଲା ଭିଣୋଇ, ଆଉ ତା'ପରେ...

Published By : Prameya-News7 Bureau | December 16, 2018 IST

ପାଟଣା ୧୬/୧୨ : ଆଜିକାଲି ଦୁନିଆରେ ସମ୍ପର୍କରା ମୂଲ୍ୟ କିଛି ନୁହେଁ | କିଛିଟା ଟଙ୍କା ପାଇଁ ଲୋକେ ସମ୍ପର୍କକୁ ବଜାରରେ ବିକ୍ରି କରି ଡାଉଛନ୍ତି | ଏଭଳି ଘଟଣା ଆଗରୁ ବହୁତଥର ସାମ୍ନାକୁ ଆସିଛି | ବିହାର ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା | ମାଧେପୁର ଜିଲ୍ଲାର ଗୋଟିଏ ଗାଁର ଜଣେ ଯୁବତୀଙ୍କୁ ତାଙ୍କ ନିଜ ଭିଣୋଇ ସହରସା ଅଂଚଳର ରେଡି ଲାଇଟ ଅଂଚଳକୁ ନେଇ ଚାଲିଗଲେ | ଯୁବତୀ ଜାଣିବା ପରେ କୌଶଳକ୍ରମେ ସେଠାରୁ ପଳେଇ ଯାଇଥିଲେ |
ସୂଚନାଯୋଗ୍ୟ ଯେ, ମାଧେପୁର ଜିଲ୍ଲାର କୁମରଖଣ୍ଡ ଅଂଚଳରେ ରୁହନ୍ତି ପୀଡ଼ିତାଙ୍କ ଭିଣୋଇ | ସେ ନିଜ ଶାଳୀଙ୍କୁ ବୁଲେଇନେବା ବାହାନାରେ ଟ୍ରେନ ଯୋଗେ ସହରସା ନେଇଯାଇଥିଲା | ବଜାରରେ ବୁଲେଇବା ପରେ ଭିଣୋଇ ତାଙ୍କୁ ରେଡି ଲାଇଟ ଅଂଚଳକୁ ନେଇଯାଇଥିଲା | ସେଠାରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷଙ୍କ ସହ ଶାଳୀରା ସଉଦା କରିଦେଲା ଭିଣୋଇ | ତାପରେ ଜଳଖିଆ ଆଣିବାକୁ ଯାଉଛି କହି ଶାଳୀକୁ ସେଇଠି ଚଡି ଫେରାର ହୋଇଗଲା ଭିଣୋଇ |


ଦଲାଲମାନେ ଯୁବତୀଙ୍କୁ ରେଡି ଲାଇଟ ଅଂଚଳ ରଖିଲେ | ଯୁବତୀ କିଛି ବୁଝି ପାରୁନଥିଲେ ତାଙ୍କ ସହ କଣ ହେଉଛି ଏବଂ ସେମାନେ ସମସ୍ତେ କିଏ | ରାତି ହେବା ପରେ ଯୁବତୀ ସମସ୍ତ ଘଟଣା ବୁଝି ପାରିଲେ | ମୌକା ଦେଖି ଯୁବତୀ ସେଠାରୁ ପଳାଇବାରେ ସକ୍ଷମ ହୋଇଥିଲେ | ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ | ପୋଲିସ ଖୋଜାଖୋଜି କରି ଯୁବତୀଙ୍କୁ ଉଦ୍ଧାର କରି ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲା |


ଚାଇଲଡ ଲାଇନ ଅଧିକାରୀଙ୍କ ପଚରାଉଚୁରା ପରେ ଯୁବତୀ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ | ଯୁବତୀଙ୍କ ବୟାନ ଅନୁଯାୟୀ ତାଙ୍କ ଭିଣୋଇ, ରେଡି ଲାଇଟ ଅଂଚଳରା ଗଙ୍ଗୋ, ଏବଂ ସେହି ମହିଳା ଯିଏ ଯୁବତୀଙ୍କ ସଉଦା କରିଥିଲେ ତାଙ୍କ ବିରୋଧରେ ମହିଳା ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା | ମାମଲା ଆଧାରରେ ପୋଲିସ ତଦନ୍ତ କରୁଛି | ଡିସିପି କହିଛନ୍ତି ଯେ, ମାମଲା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.