ରାଜଧାନୀରେ ଚାଞ୍ଚଲ୍ୟ ! ଯୁବତୀଙ୍କୁ ଗଲାକଟି ହତ୍ୟା କଲା ଯୁବତୀ, ଉଭୟ ଏକାଠି ଭଡା ଘରେ ରହୁଥିଲେ

Published By : Prameya-News7 Bureau | January 20, 2019 IST

ଭୁବନେଶ୍ୱର ୨୦/୧ : ଭୁବନେଶ୍ୱର ରାଜଧାନୀରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି | ଜଣେ ଯୁବତୀ ନିଜ ସାଙ୍ଗର ଗଳା କାଟି ହତ୍ୟା କରିଛି | ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀ ନଗର ଲେନ ୫ ରେ ଘଟିଛି ଏହି ହତ୍ୟାକାଣ୍ଡ | ଅଲକାନନ୍ଦ ନାମ୍ନୀ ଜଣେ ଯୁବତୀ ଅନିତା ମିତ୍ର ନାମ୍ନୀ ଯୁବତୀଙ୍କୁ ହତ୍ୟା କରିଛି | ଲିଙ୍ଗରାଜ ପୋଲିସ ଅଳକାକୁ ଅଟକ ରଖି ପଚରାଉଚୁରା କରୁଛି | ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି | କିଛି ସମୟ ପରେ ସାଇଣ୍ଟିଫିକ ଟିମ ଆସି ପହଂଚିବ | ସାଇଣ୍ଟିଫିକ ଟିମ ବିଭିନ୍ନ ଦିଗକୁ ରଖି ତଦନ୍ତ କରିବ | ଘଟଣା ସମ୍ପର୍କରେ ଖବରପାଇ ପରିବାରଲୋକେ ଆସି ପହଂଚିଛନ୍ତି | ତେବେ ପରିବାର ଲୋକେ ଏନେଇ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି |

{"id":76045}

ପରିବାରଲୋକଙ୍କ କହିବାନୁଯାୟୀ ଅଳକାନନ୍ଦ ଏବଂ ଅନିତା ଗୋଟିଏ ଘର ଭଡା ନେଇ ସାଙ୍ଗ ହୋଇ ରହୁଥିଲେ | ଘର ମାଲିକଙ୍କ କହିବାନୁଯାୟୀ, ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା | ଉଭୟ ଗୋଟିଏ ସଂସ୍ଥାରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ | ତେବେ କେଉଁ କାରଣରୁ ଅନିତା ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ତାହା ଜଣାପଡିନାହିଁ | ଦୀର୍ଘ ୪ ବର୍ଷ ହେଲା ଉଭୟ ମିଶିକି ରହୁଥିଲେ | ତେବେ ଏମିତି କଣ ଘଟଣା ଘଟିଲା ଯାହା ପାଇଁ ଅନିତା ମିତ୍ର ଅଳକାନନ୍ଦ ଦାସଙ୍କୁ ହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |
ଲିଙ୍ଗରାଜ ଥାନା ପୋଲିସ ମୃତଦେହ ଜବତ କରିଛି |

{"id":76046}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.