୫୫ ସେକେଣ୍ଡରେ ୫୫ ଚପଲ: ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ବିଚ୍ ରାସ୍ତାରେ ଛେଚିଲେ ଯୁବତୀ

Published By : Prameya-News7 Bureau | September 24, 2020 IST

ଜଲୌନ୨୪/୦୯ : ଉତ୍ତର ପ୍ରଦେଶ ଜଲୌନ ଜିଲ୍ଲାରେ କିଛି ଦିନ ହେଲା ଏକ ଯୁବକଙ୍କ ମାଡଖିଆ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଏହି ଭାଇରାଲ୍ ଭିଡିଓରେ ଜଣେ ଯୁବତୀ ବୀଚ ରାସ୍ତାରେ ଜଣେ ଯୁବକଙ୍କୁ ଚପଲ ଖୋଲି ବାଡ଼ଉଚନ୍ତି । ଉକ୍ତ ଯୁବକ ଜଣକ ଯୁବତୀଙ୍କୁ ଗତ କିଛି ଦିନ ହେଲା ଅସଦାଚରଣ କରୁଥିଲେ । ଏହାପରେ ଯୁବତୀ ଜଣକ ନିଜ ପିତାଙ୍କ ସହ ଯାଇ ଯୁବକଙ୍କୁ ସବକ ଶିଖାଇଥିଲେ । ଯୁବତୀ ଜଣକ ୫୫ ସେକେଣ୍ଡରେ ଯୁବକଙ୍କୁ ୫୫ ଚପଲ ମାରିଥିଲେ । ଗୋଟିଏ ପରେ ଗୋଟିଏ ୫୫ ଥର ଚପଲରେ ବାଡେଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକେ ଘଟଣାର ଭିଡିଓ ନିଜ ମୋବାଇଲରେ ରେକଡିଂ କରି ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଥିଲେ ।

ଘଟଣା ମାସେ ପୂର୍ବରୁ ବୋଲି ଜଣାପଡିଛି । ଅଗଷ୍ଟ ୨୫ ତାରିଖରେ କଦୌରା ଥାନା ଅନ୍ତର୍ଗତ କଷବାରେ ଜଣେ ଯୁବକ ଓ ଯୁବତୀ ମଧ୍ୟରେ ବିବାଦ ହୋଇଥିଲା । ଜଲୌନ ଏସପି ୟିସବୀର ସିଂହ କହିଛନ୍ତି ଯେ, ଯୁବତୀ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ବିବାଦ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ସେବେଠାରୁ ଏହି ଭିଡିଓ ଭାଇରାଲ ହୋଇଛି ।

ପୋଲିସ ଅଧିକ୍ଷକଙ୍କ କହିବାନୁଯାୟୀ, ମାମଲାରେ ଯୁବତୀଙ୍କ ତରଫରୁ ଥାନାରେ ପ୍ରାର୍ଥନା ପତ୍ର ଦିଆଯାଇଛି ଯେ ଉଭୟ ମଧ୍ୟରେ ବୁଝାମଣା ହୋଇଯାଇଛି ଏବଂ ସେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରିବାକୁ ଚାହୁଁନାହାନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ମାମଲାର ଯାଞ୍ଚ ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.