Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବିବାହରେ ଯୋଗ ଦେବାପାଇଁ କରିଥିଲେ ମେକଅପ୍ : ମୁହଁ ଧୋଇବା ପରେ ବାହାରି ଆସିଲା ଚମଡ଼ା : ମାମଲା ରୁଜୁ

4/06/2019 at 11:27 AM

ସୁରତ ୪/୬: ମାମୁଁଙ୍କ ଝିଅଙ୍କ ବିବାହରେ ବିୟୁଟି ପାର୍ଲରର କର୍ମଚାରୀଙ୍କ ଦ୍ବାରା ମେକଅପ୍ କରିବା ପରେ ଯେତେବେଳେ ଯୁବତୀ ନିଜର ମୁହଁ ଧୋଇଥି​‌ଲେ, ସେତେବେଳେ ମୁହଁ ଏବଂ ହାତର କେତେକ ସ୍ଥାନରେ ଚମଡ଼ା ଉଠି ଆସିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କୁ ମେକଅପ୍ କରିଥିବା ମହିଳାଙ୍କ ବିରୋଧରେ ଅଭିଯୋଗ କରିବାରୁ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ଏହି ଯୁବତୀଜଣକ ଓଲପାଡ ତହସିଲର ସାୟଣ ଗାଁର ବାସିନ୍ଦା। ଯୁବତୀ ନିଜ ମାଆ ଏବଂ ଭଉଣୀଙ୍କ ସହ ମଇ ୨୬ତାରିଖରେ ମାମୁଁଙ୍କ ଝିଅଙ୍କ ବିବାହରେ ଯୋଗ ଦେବାକୁ ଆସିଥିଲେ। ବିବାହ ପାଇଁ ଯୁବତୀଙ୍କ ମାଆ ନିଜ ଦୁଇ ଝିଅଙ୍କୁ ମେକଅପ୍ କରିବା ଲାଗି ନଣନ୍ଦଙ୍କୁ କହିଥିଲେ। ନଣନ୍ଦ ଜଣକ ତାଙ୍କୁ ସୁରତର ଏକ ବ୍ୟୁଟିସିୟାନଙ୍କ ନମ୍ବର ଦେଇଥିଲେ। ଯୁବତୀଙ୍କ ବଡ଼ ଭଉଣୀ ଜଣକ ବ୍ୟୁଟିସିୟାନଙ୍କୁ ଫୋନ୍ କରିଥିଲେ। ବ୍ୟୁଟିସିୟାନ କୋସାମ୍ବା ଆସିଥିଲେ। ବ୍ୟୁଟିସିୟାନ ଜଣକ ଯୁବତୀ ଏବଂ ତାଙ୍କ ମାଆ ଏବଂ ଭଉଣୀଙ୍କୁ ମେକଅପ୍ କରିଥିଲେ। ଏହାପରେ ୩ଜଣ ବିବାହରେ ସାମିଲ ହୋଇଥିଲେ।

ବିବାହର ସମସତ ରୀତିନୀତି ସରିବା ପରେ ପରମ୍ପରା ଅନୁସାରେ ସାନ ଝିଅ ମାମୁଁଙ୍କ ଝିଅଙ୍କ ସହ ସୁରତ ଯାଇଥିଲେ। ସେଠାକୁ ଯାଇ ସେ ଯେତେବେଳେ ତାଙ୍କ ମୁହଁ ଧୋଇଥିଲେ,ତାଙ୍କ ଚମ ବାହାରି ଆସିଥିଲା। ଏହାପରେ ମୁହଁ ଫୁଲିଯାଇଥିଲା। ତାଙ୍କର ଏପରି ଅବସ୍ଥା ହୋଇଯାଇଥିଲା ଯେ ସେ କଥା କହିପାରୁନଥିଲେ। ତାଙ୍କ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି।

   Related Posts