ପ୍ରେମିକ ସହ ସଂପର୍କ ତୁଟାଇଦେଲେ ପ୍ରେମିକା : ବରଦାସ୍ତ କରିପାରିଲେନି ଯୁବକ, ଗୁଳି କରି କଲେ ହତ୍ୟା

Published By : Prameya-News7 Bureau | June 21, 2020 IST

କୋଲକାତା ୨୧।୬: କୋଲକାତାରେ ଜଣେ ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଗୁଳି କରି ହତ୍ୟା କରିଛନ୍ତି । ଶନିବାର ସକାଳେ ଏଭଳି ହତ୍ୟାକାଣ୍ଡ ଘଟିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଜୟନ୍ତ ହଲଦର କଲେଜର ତୃତୀୟ ବର୍ଷର କଲେଜ ଛାତ୍ର ପ୍ରିୟଙ୍କା ପୁରକାୟସ୍ତଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି ଯେ ଅଭିଯୁକ୍ତ ସକାଳ ୮ଟାରେ ମୃତକଙ୍କ ଘରେ ପଶି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିବା ପରେ ସେଠାରୁ ଫେରା ହୋଇଯାଇଥିଲେ ।

ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ବ୍ୟକ୍ତି ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗିଦେଇଲେ । ଏହି କାରଣରୁ ଯୁବତୀଙ୍କୁ ଯୁବକ ଜଣଙ୍କ ହତ୍ୟା କରିଥାଇ ପାରନ୍ତି । ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଜାଖୋଜି ଆରମ୍ଭ ହୋଇଥିବା ସେ କହିଛନ୍ତି ।

ସେପଟେ ମହିଳାଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.