Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବାପା-ମାଆଙ୍କୁ ବଦନାମ ହେଲା ମହଙ୍ଗା: ଝିଅ କରିଥିଲା ଭିଡିଓ, ଗୁମର ଖୋଲିଲା ପୋଲିସ

6/06/2020 at 5:57 PM

ଲକ୍ଷ୍ନୌ, ୦୬|୦୬:  ଉତ୍ତର ପ୍ରଦେଶର ବାଗପତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀ ନିଜର ଏକ ଭିଡିଓ ଭାଇରଲ କରିଛନ୍ତି । ଏହି ଭିଡିଓରେ ସେ ନିଜ ବାପା-ମାଆଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବାପା-ମାଆ ତାଙ୍କୁ ବିକି ଦେଇଥିବା ମଧ୍ୟ ସେ ଭିଡିଓରେ ଅଭିଯୋଗ କରିଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ସତ୍ଯାସତ୍ୟ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନାନୁସାରେ, ମେରଠର ଟିପି ନଗରରେ ରହୁଥିବା ଜଣେ ଯୁବତୀ ନିଜର ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏଥିରେ ସେ ନିଜ ମାଆ-ବାପାଙ୍କ ଉପରେ ଅଭିଯୋଗରେ ପାହାଡ ଲଦିଥିଲେ । ସେ ଭିଡିଓରେ କହିଥିଲେ ଯେ, ବାପା-ମାଆ ତାଙ୍କୁ ଅନେକ ମାସ ଧରି ଘରେ ବନ୍ଦୀ କରି ରଖିଥିଲେ । ଏପରିକି ହରିୟାଣାର ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ ।ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଥିଲା । ଏହି ଭିଡିଓ କିଛି ସାମାଜିକ କର୍ମୀଙ୍କ ନିକଟରେ ପହଁଚିଥିଲା । ଏହାପରେ ଯୁବତୀଙ୍କ ବାବଦରେ ଖୋଳତାଡ ଆରମ୍ଭ ହୋଇଥିଲା । ପରେ ଯୁବତୀଜଣଙ୍କ ବାଗପତ ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିବା ଜଣା ପଡିଥିଲା । ପୋଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ।

ପୋଲିସର ପଚରାଉଚରା ପରେ ଯାହା ସୂଚନା ମିଳିଥିଲା ତାହା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ । ଜିଲ୍ଲାର ଏସପିଙ୍କ କହିବାନୁସାରେ, ଯୁବତୀ ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ପରିବାର ଲୋକେ ରାଜି ନଥିଲେ । ଏହାପରେ ପରିବାର ଲୋକେ ଯୁବତୀଙ୍କୁ ଜଣେ ସମ୍ବର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ । ସମ୍ପର୍କୀୟଙ୍କ ଘରେ ଯୁବତୀଜଣଙ୍କ ଏକ ଭିଡିଓ କରି  ମାଆ-ବାପାଙ୍କ ବିରୋଧରେ ମିଛ ଅଭିଯୋଗ କରିଥିଲେ । ତେବେ ଘଟଣାର ଯାଞ୍ଚ କରାଯାଉଥିବା ଏସପି କହିଛନ୍ତି ।

   Related Posts