ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ସେବାଶ୍ରମରେ ଅନ୍ତେବାସିନୀଙ୍କୁ ଯୌନ ଶୋଷଣ : ନା ମାନେ ନା

14/08/2018 at 11:26 AM

ମୁଜାଫରପୁର ୧୪/୮ : ମହିଳା ସେବାଶ୍ରମ ବା ବାଳିକା ସେବା ଗୃହ ଆଳରେ ବ୍ୟଭିଚାର ସବୁ ସୀମା ଟପିସାରିଛି । ବିହାର ମୁଜାଫରପୁର ବାଳିକା ଆଶ୍ରମରେ ୩୪ ଅନ୍ତେବାସିନୀଙ୍କୁ ଯୌନ ଶୋଷଣ କେଳେଙ୍କାରୀ ଘଟଣା କେବଳ ଗୋଟିଏ ନୁହେଁ, ଏପରି ୧୫ ଟି ସେବାଶ୍ରମରେ ବ୍ୟଭିଚାରର ପ୍ରମାଣ ମିଳିଛି । ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ର ରିପୋର୍ଟରେ ରହିଛି ସାଂଘାତିକ ତଥ୍ୟ । ବିହାର ର ବିଭିନ୍ନ ବାଳିକା ସେବାଶ୍ରମରେ ଯୌନ ନିର୍ଯାତନା ସହ ମାନସୀକ ଏ ଶାରିରୀକ ନିର୍ଯ୍ୟାତନା ଏବଂ ଶୋଷଣ ସାଧାରଣ ଘଟଣା । ମୁଜାଫୁରପୁର ବାଳିକା ସେବାଶ୍ରମ କେଳେଙ୍କାରୀ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଗିରଫ ହେବା ପରେ ଏବେ ଆହୁରି ସାଂଘାତିକ ତଥ୍ୟ ଆସିଛି । ଟିସ୍ ପକ୍ଷରୁ ବିହାରରେ ଥିବା ୧୧୦ଟି ଏପରି ବାଳିକା ଆଶ୍ରମ ସଂପର୍କରେ ଅଡିଟ୍ କରାଯାଇଥିଲା । ସେଥିରୁ ୧୫ ଟିରେ ଅନ୍ତେବାସିନୀଙ୍କୁ ଯୌନ ଶୋଷଣ ସହ ମାନସୀକ ଓ ଶାରିରୀକ ନିର୍ଯାତନାର ପ୍ରମାଣ ମିଳିଛି ।ଚିନ୍ତା ଦାୟକ ହେଲା, ପୁରୁଷ ବନ୍ଧୁଙ୍କ ସହ ରେଷ୍ଟୁରାଣ୍ଟରେ ଖାଉଥିବା ଏବଂ ବୁଲାବୁଲି କରୁଥିବା କିଛି ଝିଅଙ୍କୁ ପୋଲିସ ଧରି ଆଣି ଏସବୁ ବାଳିକା ଆଶ୍ରମରେ ଛାଡିଥିଲା । ସେମାନଙ୍କୁ ଆଶ୍ରମର ପୁରୁଷ କର୍ମଚାରୀ ଯୌନ ଶୋଷଣ ସହ ନିର୍ଯାତନା ଦେଉଥିଲେ । ସେବାଶ୍ରମରେ କିଛି ଝିଅ ଆବୈଧ ସନ୍ତାନ ସହ ରହୁଥିବା ମଧ୍ୟ ଦେଖାଯାଇଛି । କେବଳ ବାଳିକା ଆଶ୍ରମ ବା ମହିଳା ସେବାଶ୍ରମ ନୁହେଁ ବାଳକ ଆଶ୍ରମରେ ବି ବାଳକ ମାନଙ୍କୁ ତାଲା ପକାଇ ରଖାଯାଉଥିବା , ନିର୍ଯାତନା ଦିଆଯାଉଥିବା ତଥ୍ୟ ରହିଛି ଟିସ୍ ରିପୋର୍ଟରେ । ଏପଟେ ପାଟନାର ରାଜୀବ ନଗର ସ୍ଥିତ ଏକ ମହିଳା ଆବାସିକ ଗୃହରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଖବର ଆସିଛି ।ଏକ ଏନଜିଏ ପରିଚାଳିତ ମହିଳା ସେବାଶ୍ରମରେ ଅନୈତୀକ କାରବାର ନେଇ ଅଭିଯୋଗ ପରେ ପୋଲିସ ଚଢାଉ କରିଥିଲା । ତାର ଦିନକ ପରେ ଆଶ୍ରମରେ ରହୁଥିବା ଜଣେ ୧୭ ବର୍ଷୀୟା ଯୁବତୀ ଏବଂ ୪୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ।ଡାକ୍ତରଖାନାରେ ହିଁ ,ସେମାନଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ତୀବ୍ର ଆଲୋଡନ ବେଳେ , ଆରମ୍ଭ ହୋଇଛି ଖୋଳତାଡ ।

   Related Posts