ପହିଲମାନ ପ୍ରଶିକ୍ଷଣ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲା ପ୍ରୌଢ ପ୍ରଶିକ୍ଷକ : ମାମଲା ରୁଜୁ

Published By : Prameya-News7 Bureau | December 17, 2018 IST

ମିରଠ ୧୭/୧୨ : ଉତ୍ତରପ୍ରଦେଶର ମିରଠ ଜିଲ୍ଲା ଅନ୍ତର୍ଗତ ସରୁରପୁରରେ ଜଣେ ମୁଷ୍ଟି ଯୋଦ୍ଧା ଯୁବତୀଙ୍କୁ ପହିଲମାନ ପ୍ରଶିକ୍ଷଣ ଦେବା ପାଇଁ କହି ବର୍ଷେ କାଳ ଦୁଷ୍କର୍ମ କରାଯାଇଥିଲା | ଅଭିଯୁକ୍ତ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ତିଆରି କରିଥିଲା | ଏହି ଭିଡିଓ ଭାଇରାଲ କରିବା ନେଇ ଅଭିଯୁକ୍ତ ସବୁବେଳେ ପୀଡିତାଙ୍କୁ ବ୍ଲାକମେଲ କରୁଥିଲା | ଯୁବତୀଙ୍କ ବୟାନ ଅନୁଯାୟୀ ପୋଲିସ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି |

ସୂଚନାଯୋଗ୍ୟ ଯେ,  ଏଠାର ଜଣେ ଯୁବତୀ ପ୍ରତିଦିନ ସକାଳୁ ଦୌଡିବା ପାଇଁ ଯାଉଥିଲେ | ଯୁବତୀ ପ୍ରତିଦିନ ସକାଳୁ ଦୋଡିବିବାକୁ ଯାଉଥିବା ଜଣେ ପ୍ରୌଢ ପହିଲମାନ ଦେଖୁଥିଲା | ସେ ଯୁବତୀଙ୍କ ଉପରେ ଖରାପ ନଜର ପକାଇଲା | ଯୁବତୀଙ୍କୁ ମହିଳା ପହିଲମାନ ଭାବେ ପ୍ରତିଷ୍ଠିତ କରିବା ପାଇଁ ସ୍ବପ୍ନ ଦେଖାଇଥଲା | ଶିକ୍ଷା ଦେବା ପାଇଁ ସେ ପ୍ରତିଦିନ ଯୁବତୀଙ୍କୁ ନିଜ ପାଖକୁ ଆସିବା ପାଇଁ କହିଥିଲା | ଯୁବତୀ ତା କଥାରେ ବିଶ୍ୱାସ କରି ମୁଷ୍ଟି ଯୁଦ୍ଧ ଶିକ୍ଷା ପାଇଁ ତା ପାଖକୁ ଯାଇଥିଲେ | ଅଭିଯୁକ୍ତ ଯୁବତୀଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲା | ଯୁବତୀ ବିରୋଧ କରିବାରୁ ଅଭିଯୁକ୍ତ ପ୍ରଶିକ୍ଷଣ ଦେବାରୁ ଓ଼ହରି ଯାଇଥିଲା | ଏହାପରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା ଏବଂ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲା |

ଅଭିଯୁକ୍ତ ଯୁବତୀଙ୍କ ଭିଡିଓ ଭାଇରାଲ କରିଦେବ କହି ସବୁବେଳେ ତାଙ୍କୁ ଧମକ ଦେଉଥିଲା ଏବଂ ବ୍ଲାକମେଲ କରି ସବୁବେଳେ ଦୁଷ୍କର୍ମ କରୁଥିଲା | ଶେଷରେ ଅତ୍ୟାଚାର ଅସହ୍ୟ ହେବା ପରେ ଯୁବତୀ ଏନେଇ ନିଜ ପରିବାରଲୋକଙ୍କୁ ସମସ୍ତ କଥା ଜଣାଇଥିଲେ | ପୀଡିତାଙ୍କ ବୟାନ ଆଧାରରେ ମାମଲା ରୁଜ୍ଜୁ କରାଯାଇଥିବା ଏଏସଆଇ ସଞ୍ଜୟ କୁମାର କହିଛନ୍ତି | ପୀଡିତାଙ୍କ ଡାକ୍ତରୀ ମଇନା କରାଯାଇଛି | ଧାରା ୧୬୧ ରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି | ଅଭିଯୁକ୍ତ ଫେରାର ହୋଇଯାଇଛି | ପୋଲିସ ଅଭିଯୁକ୍ତକୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.