ରକ୍ଷକ ସାଜିଲା ଭକ୍ଷକ: ଲିଫ୍ଟ ଦେବାକୁ କହି ଚଳନ୍ତା କାରରେ ଯୁବତୀଙ୍କୁ ଦୁଷ୍କର୍ମ, ମାମଲା ରୁଜ୍ଜୁ ପରେ ଫେରାର

Published By : Prameya-News7 Bureau | April 11, 2021 IST

ମୈନପୁରୀ ୧୧/୦୪ : ଉତ୍ତର ପ୍ରଦେଶ ମୈନପୁରୀରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯୁବତୀଙ୍କୁ ଲିଫ୍ଟ ଦେଇ ତାଙ୍କ ସହ ଦୁଷ୍କର୍ମ କରାଯାଇଛି। କାଶଗଞ୍ଜ ଜିଲ୍ଲା ପଟିଆଲା ଥାନାରେ ନିଯୁକ୍ତ କନେଷ୍ଟବଳଙ୍କ ଉପରେ ଦୁଷ୍କର୍ମ ଆରୋପ ଲାଗିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜ୍ଜୁ କରି ଘିରୋର ପୋଲିସ ଯାଞ୍ଚ ଆରମ୍ଭ କରିଛି।

ଘିରୋର ଥାନା ଅଞ୍ଚଳର ଏକ ଗାଁରେ ଶୁକ୍ରବାର ଦିନ ସକାଳେ ଜଣେ ଯୁବତୀ ଓଷଦହା ନେବାକୁ ଶିକୋହାବାଦ ସରକାରୀ ହସ୍ପିଟାଲ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ସେ ବସ ଯୋଗେ ଘରକୁ ଫେରୁଥିଲେ। ବାମଇ ଗାଁ ନିକଟରେ ଧର୍ମେନ୍ଦ୍ର ନାମକ ଯୁବକ ଦେଖାହେଲା। ସେ ନିଜ କାରରେ ଗାଁରେ ଛାଡିଦେବାକୁ କହିଥିଲା। ଯୁବତୀଙ୍କ କହିବାନୁସାରେ କାରରେ ତାଙ୍କ ଗାଁର ପ୍ରଦୀପ ମଧ୍ୟ ଥିଲା। ଯୁବତୀ କାରରେ ବସିପଡ଼ିଲେ। ରାସ୍ତାରେ ଧର୍ମେନ୍ଦ୍ର ତାଙ୍କ ସହ ଅସଦାଚରଣ କରିଥିଲା ଓ କାରକୁ ଏକ ଶୂନଶାନ ଜାଗାକୁ ନେଇଯାଇଥିଲା। ସେଠାରେ ଧର୍ମେନ୍ଦ୍ର ତାଙ୍କ ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ତାଙ୍କୁ ଧମକ ଦେଇଥିଲା ଯେ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବ।

ପୀଡିତା ଘରକୁ ଆସି ନିଜ ଘରଲୋକଙ୍କୁ ସବୁ କଥା କହିଥିଲେ। ଘରଲୋକ ପୀଡିତାଙ୍କୁ ନେଇ ଥାନାକୁ ଯାଇଥିଲେ। ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ଓ ତା ସାଥି ବିରୋଧରେ ମାମଲା ରୁଜ୍ଜୁ କରିଛି। ପୀଡିତା କହିଛନ୍ତି ଯେ ଅଭିଯୁକ୍ତ ଧର୍ମେନ୍ଦ୍ର ପଟିଆଲା ଥାନାରେ ନିଯୁକ୍ତ ଅଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ଏବଂ ଶୀଘ୍ର ଦୁହିଁଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁଯାୟୀ, ଧର୍ମେନ୍ଦ୍ରର ମା' ଏଥର ନିର୍ବାଚନ ଲଢ଼ୁଛନ୍ତି। ସେଥିପାଇଁ ସେ ଅନେକ ସମୟରେ ମା'କୁ ସାହାଯ୍ୟ କରିବାକୁ ଗାଁକୁ ଆସିଥାଏ। ମାମଲା ରୁଜ୍ଜୁ ହେବାପରେ ସେ ଫେରାର ଅଛି। ତାର ସହଯୋଗୀ ପ୍ରଦୀପର ମଧ୍ୟ କିଛି ପତ୍ତା ମିଳୁନାହିଁ। ପୋଲିସ ଉଭୟଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.