Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦୁଷ୍କର୍ମ ପରେ ଆପାର୍ଟମେଣ୍ଟର ଦଶମ ମହଲାରୁ ଫିଙ୍ଗି ହତ୍ୟା: ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଥରିଗଲା ଛାତି, ଶରୀରରେ ୨୫ଟି ଗମ୍ଭୀର ଆଘାତ

27/09/2021 at 3:53 PM

କାନପୁର ୨୭/୦୯ : କାନପୁରରୁ ଏକ ଛତିଥରା ମାମଲା ସାମ୍ନାକୁ ଆସିଛି। କାନପୁର କଲ୍ୟାଣପୁର ସ୍ଥିତ ଗୁଲମୋହର ଆପାର୍ଟମେଣ୍ଟରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ଆପାର୍ଟମେଣ୍ଟର ଦଶମ ମହଲାରୁ ଫିଙ୍ଗି ହତ୍ୟା କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ଚକିତ କଲାଭଳି ଖୁଲାସା ହୋଇଛି। ଯୁବତୀଙ୍କ ସହ ବର୍ବରତା ପରେ ତାଙ୍କୁ ଦଶମ ମହଲାରୁ ଫୋପାଡ଼ି ଦିଆଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଯୁବତୀଙ୍କ ଶରୀରରେ ମୋଟ ୨୫ ଗମ୍ଭୀର ଆଘାତ ଚିହ୍ନ ମିଳିଛି। ମୁଣ୍ଡର ହାଡ ୫ଟି ଜାଗାରେ ଭାଙ୍ଗି ଯାଇଛି। ଡାହାଣ ହାତରେ ୬ଟି ଗମ୍ଭୀର ଆଘାତ ରହିଛି। ବାମ ହାତରେ ୩ଟି ଆଘାତ ରହିଛି। ପେଟ ତଳୁ ଜଙ୍ଘ ଯାଏଁ ୪ଟି ଆଘାତ ଚିହ୍ନ ରହିଛି। ଦୁଇ କାନରୁ ରକ୍ତ ବାହାରିଥିଲା। ଓଠ ଓ ଛାତି ତଳେ ମଧ୍ୟ ଆଘାତ ଚିହ୍ନ ରହିଛି। ବ୍ଲାଡର ଫାଟି ଯାଇଛି। ପ୍ରାଇଭେଟ ପାର୍ଟ ବାହାରେ ଆଘାତ ଚିହ୍ନ ନାହିଁ କିନ୍ତୁ ଭିତରେ ଗର୍ଭାଶୟ ସମ୍ପୂର୍ଣ୍ଣ ଆହତ ହୋଇଛି। ଅଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି।

୩ ଡାକ୍ତରଙ୍କ ଟିମ ଯୁବତୀଙ୍କ ପୋଷ୍ଟମର୍ଟମ କରିଛି। ପୋଷ୍ଟମର୍ଟମର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ଗର୍ଭାଶୟ, ବ୍ଲାଡର ଆଦିର ଯାଞ୍ଚ ପାଇଁ ସ୍ଲାଇଡ ତିଆରି କରାଯାଇଛି। ବିଭିନ୍ନ ଯାଞ୍ଚ ପାଇଁ ମୋଟ ୧୭ ସ୍ଲାଇଡ କରାଯାଇଛି। ଯୁବତୀଙ୍କ ବୟସ ଜାଣିବାକୁ ହାଡ ଯାଞ୍ଚ ପାଇଁ ସୁରକ୍ଷିତ ରଖାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଲେଖାଯାଇଛି ଯେ ଯୁବତୀଙ୍କ ଜିନ୍ସର ଚେନ ଖୋଲାଥିଲା। ବଟମ ମଧ୍ୟ ଭାଙ୍ଗି ଯାଇଥିଲା। ଟପ୍ ରକ୍ତ ଜୁଡୁବୁଡୁ ହୋଇଥିଲା। ରିପୋର୍ଟ ଦେଖି ସ୍ପଷ୍ଟ ଜଣାପଡୁଛି ଯେ ଯୁବତୀଙ୍କ ସହ କେତେ ବର୍ବର ଆଚରଣ କରାଯାଇଛି ଏବଂ ତାପରେ ତାଙ୍କୁ ଆପାର୍ଟମେଣ୍ଟର ଦଶମ ମହଲାରୁ ଫିଙ୍ଗି ଦିଆଯାଇଛି। 

ଯୁବତୀଙ୍କ ହତ୍ୟା ମାମଲାରେ ସେପ୍ଟେମ୍ବର ୨୧ ତାରିଖରେ କଲ୍ୟାଣପୁର ପୋଲିସ ହାଇପ୍ରୋଫାଇଲ ଅଭିଯୁକ୍ତ ପ୍ରତୀକ ବୈଶ୍ୟକୁ ତା ଫ୍ଲାଟରୁ ଗିରଫ କରିଥିଲା। କିନ୍ତୁ ଏଫଆଇଆରରେ ପ୍ରତୀକକୁ ଫ୍ଲାଟରୁ କିଛି କିଲୋମିଟର ଦୂର ବୀଠୁର ଅଞ୍ଚଳରୁ ଗିରଫ କରାଯାଇଥିବା ଲେଖାଯାଇଛି। ପୀଡିତାଙ୍କ ଓକିଲ ସୀମା ସମୃଦ୍ଧି କହିଛନ୍ତି ଯେ କଲ୍ୟାଣପୁର ଥାନା ପ୍ରଭାରୀ ଅଭିଯୁକ୍ତକୁ ବଞ୍ଚାଇବାକୁ ଏଫଆଇଆରରେ ଏହିଭଳି ଲେଖିଛନ୍ତି। ସୂଚନା ଅନୁଯାୟୀ, କଲ୍ୟାଣପୁର ଇନ୍ଦିରା ନଗରରେ ରହୁଥିବା ଡାଏରୀ ନିର୍ଦ୍ଦେଶକ ପ୍ରତୀକ ବୈଶ୍ୟ ସେପ୍ଟେମ୍ବର ୨୧ ତାରିଖରେ ନିଜ ପିଏଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଆପାର୍ଟମେଣ୍ଟର ଦଶମ ମହଲାରୁ ଫିଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା।

   Related Posts