Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଲେଣ୍ଟାଇନ ସପ୍ତାହ ମନାଇବାକୁ ବୟଫ୍ରେଣ୍ଡ ସହ ଯାଉଥିବା ଯୁବତୀଙ୍କୁ କାର୍ ଅଟକାଇ କଲେ ଗଣଦୁଷ୍କର୍ମ,ଜଣେ ନୁହେଁ ଦଶରୁ ଅଧିକ ଯୁବକ

ଲୁଧିଆନା ୧୨/୨- ନିଜ ପୁରୁଷବନ୍ଧୁ ସହ ଭାଲେଣ୍ଟାଇନ ସପ୍ତାହ ପାଳନ କରିବାକୁ ଯାଉଥିବା ଯୁବତୀଙ୍କୁ କାର୍ ଭିତରୁ ଘୋଷାରି ନେଇ କରିଥିଲେ ଗଣଦୁଷ୍କର୍ମ ।

ଏହିଭଳି ଅଭାବନୀୟ ଘଟଣା ଘଟିଛି ଲୁଧିଆନାର ଦେହାତୀରେ । ଜଣେ ଯୁବତୀ ପୁରୁଷବନ୍ଧୁଙ୍କ ସହ ବୁଲିବାକୁ ଯାଉଥିବା ସମୟରେ ଘଟିଛି ଏହି ଦୁର୍ଘଟଣା ।

ଯୁବତୀଙ୍କ କହିବା ଅନୁସାରେ ରବିବାର ରାତି ୮ଟା ସମୟରେ ଲୁଧିଆନାର ଦଶମେଶରୁ ଗାଡ଼ି ଷ୍ଟାର୍ଟ କରି ବାହାରିଥିଲେ । ସେମାନେ ରାସ୍ତାରେ ଗଲାବେଳେ ଇସ୍ତେଓ୍ଵାଲ ପୋଲ ନିକଟରେ ୧୦-୧୧ଜଣ ଯୁବକ ବାଇକରେ ଆସି ଆଗରେ ଗାଡ଼ି ରଖି କାରକୁ ଅଟକାଇଥିଲେ । ଏହି ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ହାତଗୋଡ଼ ବାନ୍ଧି କାର୍ ଭିତରେ ଜଣେ ପରେ ଜଣେ କରିଥିଲେ ଦୁଷ୍କର୍ମ ।

ଏହି ଘଟଣାରେ ନିରୁପାୟ ହୋଇଯାଇଥିଲେ ଉଭୟ ପ୍ରେମୀ । ସେମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିସାରିବା ପରେ ଛାଡ଼ିଦେବାକୁ ମଧ୍ୟ ଦୁଇ ଲକ୍ଷ ଟଂକା ମାଗିଥିଲେ । ସେମାନେ ଯୁବତୀଙ୍କ ପ୍ରେମିକଙ୍କ ଠାରୁ ଲୁଟ୍ କରି ଛାଡ଼ିଦେଇଯାଇଥିଲେ ।

ଏହାପରେ ଯୁବକ ଜଣେ ବନ୍ଧୁଙ୍କ ଜରିଆରେ ଏହିଖବର ପୋଲିସକୁ ଦେବାପରେ ପୋଲିସ ମଧ୍ୟ ଆସିବାକୁ କୁଣ୍ଠା ପ୍ରକାଶ କରିଥିଲା ।

ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ଥାନାରେ ଏତାଲା ଦେଇଥିଲେ । ଏହି ଏତାଲାକୁ ଭିତ୍ତି କରି ଅପରାଧୀଙ୍କ ସ୍କେଚ ଜାରିକରିଛି ପୋଲିସ । ଖୁବ୍ ଶ୍ରୀଘ୍ର ଅପରାଧିଙ୍କୁ ଧରାଯିବ ବୋଲି ଲୁଧିଆନା ଏସଡ଼ିପିଓ କହିଛନ୍ତି ।

440 Views

   ସମ୍ବନ୍ଧିତ ଖବର