Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ନକଲି ଆଡମିଟ୍ କାର୍ଡ ନେଇ ଛାତ୍ରଙ୍କ ବଦଳରେ ଛାତ୍ରୀ ଦେଉଥିଲେ ପରୀକ୍ଷା : ଉଭୟଙ୍କ ନାଁରେ ମାମଲା ରୁଜ୍ଜୁ

19/05/2019 at 12:29 PM

ନୂଆଦିଲ୍ଲୀ ୧୯\୫ : ପିଜିଡିଏଭି କଲେଜରେ ପରୀକ୍ଷା ଚାଲିଥିଲା । ଜଣେ ଯୁବତୀଙ୍କ ଆଡମିଟ୍ କାର୍ଡ ଓ ଆଟେଣ୍ଡାନ୍ସ ସିଟରେ ଲେଖାଯାଇଥିବା ପେପର କୋଡରେ ଅନ୍ତର ଥିଲା । ଆଡମିନିଷ୍ଚ୍ରେଟିଭ ଅଫିସରୁ ଜଣାପଡିଲା ଯେ ଯୁବତୀ ଆଗରୁ ପାସ୍ ହୋଇଛନ୍ତି । ଏହା ଦେଖି ଯୁବତୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଯୁବତୀ ଆଡମିଟ୍ କାର୍ଡ କଲେଜରେ ଛାଡି ଦେଇଥିଲେ । କଲେଜ ଆଡମିଟ୍ କାର୍ଡ ଯାଞ୍ଚ କରିବା ପରେ ଜଣାପଡିଲା ତାହା ନକଲି ଥିଲା । ଯାଞ୍ଚରୁ ଜଣାପଡିଲା ଯୁବତୀ ଅନ୍ୟ ଜଣେ ଯୁବକଙ୍କ ବଦଳରେ ପରୀକ୍ଷା ଦେବାକୁ ଆସିଥିଲା । ଉଭୟ ଯୁବକ ଯୁବତୀ କଲେଜର ଛାତ୍ରଛାତ୍ରୀ ଥିଲେ । ପୋଲିସରେ ଉଭୟଙ୍କ ନାଁରେ ଏତଲା ଦିଆଗଲା ।

ଶୁକ୍ରବାର ଦିନ ଦିଲ୍ଲୀ ୟୁନିଭର୍ସିଟିରେ ଦିନ ୩ଟାରେ ବିଏ ପ୍ରଥମ ବର୍ଷର ହିନ୍ଦୀ ପରୀକ୍ଷା ଥିଲା । ୨ ଜଣ ଅଦ୍ଧାପକ ଇନଭିଜିଲେଟର୍ ଡ୍ୟୁଟିରେ ଥିଲେ । ଇନଭିଜିଲେଟର୍ ଆଡମିଟ୍ କାର୍ଡ ଚେକ୍ କରିବାବେଳେ ଦେଖିଲେ ଛାତ୍ରୀ ଆଡମିଟ୍ କାର୍ଡ ଓ ଆଟେଣ୍ଡାନ୍ସ ସିଟରେ ଅଲଗା ଅଲଗା ପେପର କୋଡ ଲେଖିଛନ୍ତି । ଏହା ଦେଖି ତାଙ୍କୁ ସାଙ୍ଗେସାଙ୍ଗ ଆଡମିନିଷ୍ଚ୍ରେଟିଭ ଅଫିସ ନିଆଯାଇଥିଲା । ଯାଞ୍ଚ ପରେ ଜଣାପଡିଲା ଛାତ୍ରୀ ଗତ ବର୍ଷ ପାସ୍ କରିସାରିଛନ୍ତି ।  ଛାତ୍ରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ନକଲି ଥିବା ଯାଞ୍ଚରୁ ଜଣାପଡିଥିଲା ।

ମାମଲା ସାମ୍ନାକୁ ଆସିବା ପରେ ପୋଲିସରେ ସୂଚନା ଦିଆଯାଇଥିଲା । ସରକାରୀ ଦସ୍ତାବିଜରେ ଏପଟସେପଟ ଏବଂ ନକଲି ଆଡମିଟ୍ କାର୍ଡ ବ୍ୟବହାର ଭଳି ଅପରାଧିକ ଷଡଯନ୍ତ୍ର ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରିଛି ।

   Related Posts