Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ନଦୀ ପଠାରୁ ମୁର୍ମୁଷ ଅବସ୍ଥାରେ ଯୁବତୀ ଉଦ୍ଧାର, ଏସସିବିକୁ ସ୍ଥାନାନ୍ତର

2/11/2019 at 8:35 PM

ଧାମନଗର ୨।୧୧:  ଭଦ୍ରକ ଜିଲ୍ଲା ଧାମନଗର କୋଚିଳା ନଦୀ ପଠାରୁ ଶନିବାର ଜନୈକା ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ନଦୀପଠାରେ ଯୁବତୀଙ୍କୁ ଦେଖି ୨ ଜଣ ଯୁବକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯେଗେ ଭଦ୍ରକ ଜିଲ୍ଲା ହସ୍ପିଟାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

ଯୁବତୀଙ୍କୁ ନଦୀ ପଠାରୁ ଆଣି ମେଡିକାଲରେ ଭର୍ତ୍ତି କରିଥିବା ଦୁଇଜଣ ଯୁବକ ଫେରାର ହୋଇଯିବା ଘଟଣାକୁ ଏବେ ନୂଆମୋଡ ଦେଇଛି। ପ୍ରାଥମିକ ସୂଚନା ଅନୁସାରେ ଯୁବତୀ ଜଣକ ଯାଜପୁର ଜିଲ୍ଲା ଅହିୟାସ ଆଞ୍ଚଳର ହୋଇଥିବାର କୁହାଯାଉଛି। ତାଙ୍କୁ ନଦୀପଠାରୁ ଉଦ୍ଧାର କରିଥିବା ୨ ଯୁବକ ଦୁର୍ଘଟଣାରେ ଆହତ ହୋଇ ନଦୀ ପଠାରେ ପଡିଥିଲେ ବୋଲି କହିଥିଲେ।  ହେଲେ ପରେ ସେମାନେ ଲୋକ ଗହଳିରେ ଖସି ପଳାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ସ୍ଥାନାନ୍ତର କରିଛନ୍ତି । ଯୁବତୀ ଜଣକ ଅଚେତ ଥିବାରୁ  ତାଙ୍କ ସମ୍ପର୍କରେ ଅଧିକ କିଛି ସୂଚନା ମିଳିପାରି ନାହିଁ। ତେବେ ସଜ୍ଞା ଫେରିଲେ ହୁଏତ ସବିଶେଷ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।  

   Related Posts