ଏହି ଯୁବତୀ ନିଜର ପରିବାର ଚଳାଇବାକୁ ନିଜ ବାପା ବୟସର ବ୍ୟକ୍ତିଙ୍କ ସହ ରଖୁଥିଲେ ପ୍ରେମ ସଂପର୍କ

Published By : Prameya-News7 Bureau | March 27, 2019 IST

ଦୁନିଆର ଏମିତି କିଛି କଥା ଅଛି, ଜାଣିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗିଥାଏ । ଜଣେ ୧୯ବର୍ଷ ବୟସ୍କ ଯୁବତୀ ନିଜର ପେଟପାଟଣା ପାଇଁ ନିଜ ବାପା ବୟସର ବ୍ୟକ୍ତି ସହ ରଖିଛନ୍ତି ପ୍ରେମ ସଂପର୍କ ।

କିଛିଦିନ ଆଗରୁ ସୁଗାର ଡ଼ାଡ଼ି ଟ୍ରେଣ୍ଡ ଚାଲୁଥିଲା । ଗରୀବ ସୁନ୍ଦରୀ ମହିଳା କିମ୍ବା ହାଇପ୍ରୋଫାଇଲର ମହିଳା ନିଜର ଚଳଣୀରେ ଉନ୍ନତି ଆଣିବାକୁ ବୟସ୍କଲୋକଙ୍କ ସହ ରଖୁଥିଲେ ଶାରୀରିକ ସଂପର୍କ । ଧନୀଶ୍ରେଣୀର ବ୍ୟକ୍ତିମାନେ ଶାରୀରିକ ସଂପର୍କ ବଦଳରେ ନୂଆ ନୂଆ ଗିଫ୍ଟଦେବା ସହ ଆର୍ଥିକ ସହାୟତା ବି ଦେଉଥିଲେ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନିଆରେ । ଜଣେ ୧୯ବର୍ଷ ବୟସ୍କ ଯୁବତୀ ନିଜର ପରିବାର ଚଳାଇବାକୁ ନିଜ ବାପା ବୟସର ଜଣେ ଲୋକ ସହିତ ଶାରୀରିକ ସଂପର୍କ ରଖୁଥିଲେ ।

ଯୁବତୀ ଏକ ଟିଭି ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି , ସେ ମୋର ସୁଗାର ଡ଼ାଡ଼ି । ତାଙ୍କ ସହିତ ଶାରୀରିକ ସଂପର୍କକୁ ନିଜର ଗୁଜୁରାଣ ମେଣ୍ଟାଇବାକୁ ଯାଇ କରୁଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.