ମୁଁ ତୋ କନିଆଁ : ବର ବଦଳରେ ବରର ସାଙ୍ଗକୁ ବାହା ହେବାକୁ ଜିଦ୍ କଲା କନ୍ୟା, ତାପରେ ହେଲା କଣ…

Published By : Prameya-News7 Bureau | July 02, 2020 IST

ଲକ୍ଷ୍ନୌ, ୦୨|୦୭: ଉତ୍ତର ପ୍ରଦେଶର ସନ୍ତକବୀରନଗରର ଧନଘଟା ଅଞ୍ଚଳରେ ଥିବା ଏକ ଗ୍ରାମରେ ଦ୍ୱାର ପୂଜା ଆରମ୍ଭ ହେବା ସମୟରେ ଏପରି କିଛି ଘଟିଲା ଯାହା ଦେଖିବା ପରେ ଉପସ୍ଥିତ ଲୋକମାନେ ଚକିତ ହୋଇଯାଇଥିଲେ । କାରଣ କନ୍ୟା ବରକୁ ଘର ଭିତରୁ ଦେଖିବା ପରେ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲେ । କନ୍ୟା ବର ନିକଟରେ ଛିଡା ହୋଇଥିବା ଯୁବକଙ୍କୁ ଇଶାରା କରି ତାଙ୍କୁ ହିଁ ବିବାହ କରିବେ ବୋଲି ଜିଦ୍ କରିଥିଲେ ।

କନ୍ୟାର ଜିଦ୍ ପାଇଁ ଦ୍ୱାର ପୂଜାକୁ ବନ୍ଦ କରିବାକୁ ପଡିଥିଲା । ବର ଓ କନ୍ୟା ପକ୍ଷ କନ୍ୟାର ଜିଦ୍ ଆଗରେ ଅସହାୟ ମନେ ହେଉଥିଲେ । ପରିବାର ଲୋକେ କନ୍ୟାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏହା ମଧ୍ୟରେ ମାମାଲା ଯାଇ ଜଗଦୀଶପୁର ପୋଲିସ ନିକଟରେ ପହଁଚିଥିଲା । ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି କନ୍ୟାକୁ ବୁଝାସୁଜା କରିଥିଲେ । ଏପରିକି କନ୍ୟା ଅଭିଯୋଗ ଆଣିଲେ ଯେ, ତାଙ୍କ ବିବାହ ବରର ବନ୍ଧୁ ସହ ଠିକ୍ ହୋଇଥିଲା । ସେ ଯାହା ସହ କଥା ହେଉଥିଲେ ସେ ବରର ବନ୍ଧୁ ଥିଲେ ।

ପରେ ସ୍ଥାନୀୟ ଲୋକେ ଅନେକ ବୁଝାସୁଜା କରିବା ପରେ ବିବାହ ପାଇଁ କନ୍ୟା ରାଜି ହୋଇଥିଲେ । ରାତି ୨ଟାରେ ଦ୍ୱାର ପୂଜା ଅନୁଷ୍ଠିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.