Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜିଲ୍ଲା ଅଧିକାରୀଙ୍କ ପାଖରେ ଅଜବ ଦାବି କଲେ ଯୁବତୀ: ‘ବାହାଘର ଅଛି, ବରଯାତ୍ରୀ ଆସିବା ପୂର୍ବରୁ ଗାଁ ରାସ୍ତା ନିର୍ମାଣ କରିଦିଅନ୍ତୁ’

23/01/2021 at 12:07 PM

ଆଲିଗଡ଼ ୨୩/୦୧ : ଉତ୍ତର ପ୍ରଦେଶ ଆଲିଗଡ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ଯୁବତୀ ଅଜବ ଦାବି କରିଛନ୍ତି। ଯୁବତୀଙ୍କର ବାହାଘର ହେବାର ଅଛି। ବାହାଘର ପୂର୍ବରୁ ଗାଁ ରାସ୍ତା ନିର୍ମାଣ କରିବାକୁ ସେ ଜିଲ୍ଲା ଅଧିକାରୀଙ୍କ ପାଖରେ ଦାବି କରିଛନ୍ତି। ଯୁବତୀ ଜିଲ୍ଲା ଅଧିକାରୀଙ୍କୁ କହିଛନ୍ତି ଯେ କିଛି ଦିନ ପରେ ତାଙ୍କ ବାହାଘର ହେବର ଅଛି ଓ ଗାଁ ରାସ୍ତା ଅବସ୍ଥା ବହୁତ ଖରାପ। ଖରାପ ରାସ୍ତା ଯୋଗୁଁ ବରଯାତ୍ରୀ ଆସିବାରେ ଅସୁବିଧା ହେବ। ସେଥିପାଇଁ ରାସ୍ତା ମରାମତି ପାଇଁ ସେ ଜିଲ୍ଲା ଅଧିକାରୀଙ୍କ ପାଖରେ ନିଜ ଦାବି ରଖିଛନ୍ତି। ଯୁବତୀଙ୍କ ଦାବି ପରେ ଜିଲ୍ଲା ଅଧିକାରୀ ତତ୍କାଳ ସମ୍ବନ୍ଧିତ ଅଧିକାରୀଙ୍କୁ ବାହାଘର ପୂର୍ବରୁ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଯୁବତୀ ଖୁସି ହୋଇ ଘରକୁ ଫେରିଗଲେ। 

ସୂଚନା ଅନୁଯାୟୀ, ଇଗଲାସ ତହସିଲର ହସ୍ତପୁର ଗାଁର କରିସ୍ମା ଶନିବାର ଦିନ ସକାଳୁ ଏକ ଅଜବ ଦାବି ନେଇ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କରିସ୍ମା ବିଏଡ୍ ପାସ। ତାଙ୍କ ଗାଁ ରାସ୍ତା ଅବସ୍ଥା ବହୁତ ଖରାପ। ଯେଉଁଥିପାଇଁ ବାହାଘର ଆଦିରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। କିଛି ଦିନ ପରେ ତାଙ୍କର ମଧ୍ୟ ବାହାଘର ହେବାର ଅଛି। ବରଯାତ୍ରୀଙ୍କୁ ଯେପରି କିଛି ସମସ୍ୟା ନ ହୁଏ ସେଥିପାଇଁ ସେ ଜିଲ୍ଳାଧିକାରୀଙ୍କ କାର୍ଯ୍ୟାଳୟ ଯାଇ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ।

ଅଲିଗଡ଼ ଜିଲ୍ଳାଧିକାରୀ ଚନ୍ଦ୍ର ଭୂଷଣ ସିଂହ କହିଛନ୍ତି ଜିଲ୍ଳାଧିକାରୀ କାର୍ଯ୍ୟାଳୟକୁ ଆସି ଏକ ଆବେଦନ କରିଛନ୍ତି ଯେ ଫେବୃଆରୀ ୨୭ ତାରିଖରେ ତାଙ୍କର ବାହାଘର ଅଛି ଓ ଗାଁ ରାସ୍ତା ବହୁତ ଖରାପ। ସେଥିପାଇଁ ବରଯାତ୍ରୀଙ୍କୁ ସମସ୍ୟା ହେବ। ଯୁବତୀଙ୍କ ଆବେଦନକୁ ଦୃଷ୍ଟିରେ ରଖି ତୁରନ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ଡାକିବାକୁ ଡିଆରଡିଓଙ୍କୁ କୁହାଯାଇଥିଲା ଏବଂ ଗାଁକୁ ଯାଇ ତୁରନ୍ତ ମନରେଗା ଯୋଜନା ଅନୁସାରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାଘର ପୂର୍ବରୁ ଗାଁ ରାସ୍ତା ନିର୍ମାଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଅଧିକାରୀ କହିଛନ୍ତି, ମିଶନ ଶକ୍ତି ଅଭିଯାନ ଚାଲିଛି। ଯୁବତୀ ଜଣକ ନିଜେ ଗାଁ ରାସ୍ତା ନିର୍ମାଣ ପାଇଁ ଆବେଦନ କରିଛନ୍ତି। ଏହା ମହିଳାଙ୍କ ସଚେତନତା ଦର୍ଶାଉଛି। ଏହି ଅଭିଯାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତ୍ୟକ୍ଷ ଏବଂ ସଠିକ ଉଦାହରଣ ଯେ ମହିଳାମାନେ ସଚେତନ ହେଉଛନ୍ତି ଏବଂ ଏହି ଦିଗରେ ଆଗକୁ ବଢୁଛନ୍ତି।

   Related Posts