Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

କିଶୋରୀକୁ ବିବାହ ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ : ଦୁଷ୍କର୍ମ ପରେ ଭିଡିଓ ଭାଇରାଲ

21/06/2019 at 1:02 PM

ରାୟଗଡ଼ ୨୧/୬: ମୋବାଇଲରେ ମିସ୍ କଲ୍ କରୁଥିବା ଯୁବକଙ୍କ ସହ ବନ୍ଧୁତା କରିବା କିଶୋରୀକୁ ମହଙ୍ଗା ପଡ଼ିଥିଲା। ଅଭିଯୁକ୍ତ ଯୁବକ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା ତା’ପରେ ଶାରିରୀକ ସମ୍ପର୍କ ରଖି ତାଙ୍କ ଭିଡିଓ ଭାଇରାଲ କରି ଦେଇଥିଲା। ଭିଡିଓ ସାମନାକୁ ଆସିବା ପରେ ଯେତେବେଳେ କିଶୋରୀ ଏବିଷୟରେ ଜାଣିପାରିଥିଲେ ସେତେବେଳେ ସେ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ନେଇ ଥାନାରେ ପହଞ୍ଚିଥିଲେ ଏବଂ ମାମଲା ରୁଜୁ କରିଥିଲେ। ପୋଲିସ୍ ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତକୁ ଗିରଫ କରିଥିଲେ।

କୟାଘାଟ ବାସିନ୍ଦା ସୁନୀଲ ସୋନି (୨୫) ଡେଲି ମାର୍କେଟରେ ପରିବା ବିକନ୍ତି। ୨ବର୍ଷ ପୂର୍ବରୁ ସେ ଜଣେ କିଶୋରୀ ସହ ବନ୍ଧୁତା କରିଥିଲା। ସେତେବେଳେ କିଶୋରୀଙ୍କ ବୟସ ମାତ୍ର ୧୪ବର୍ଷ ଥିଲା। ଧୀରେ ଧୀରେ ତାଙ୍କ ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଥିଲା। ଅଭିଯୁକ୍ତ ସୁନୀଲ ସୋନି କିଶୋରୀଙ୍କୁ ବିବାହର ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିଲା। ମାସେ ପୂର୍ବରୁ ସେ ନିଜ ଘରେ ଦୁଷ୍କର୍ମ କରିବା ବେଳେ କିଶୋରୀଙ୍କ ଭିଡିଓ କରିଥିଲେ। ଭିଡିଓରେ ଯୁବକ କିଶୋରୀଙ୍କ ସହ ଜବରଦସ୍ତି କରୁଥିବାର ଦେଖାଯାଇଥିଲା।

ଏହାପରେ ସେ ନିଜ ସାଙ୍ଗମାନଙ୍କୁ ଭିଡିଓ ସେୟାର କରିଥିଲା। ଭିଡିଓକୁ ଦେଖି କିଶୋରୀ ଡରିଯାଇଥିଲେ ଏବଂ ଏହି ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଦେଇଥିଲେ। ବୁଧବାର ସନ୍ଧ୍ୟାରେ ପରିବାର ଲୋକେ ଜୁଟ ମିଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ବିରୋଧରେ ଧାରା ୩୭୬,ପକ୍ସୋ ଆକ୍ଟ ୪.୬,୫୦୬ରେ ମାମଲା ରୁଜୁ କରାଯାଇଛି।

   Related Posts