୧୯ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ କରି ଉଲଗ୍ନ ଅବସ୍ଥାରେ କାରରୁ ଫିଙ୍ଗିଦେଲା ଦୁର୍ବୃତ୍ତ

Published By : Prameya-News7 Bureau | May 01, 2019 IST

ଶିମଳା ୧/୫: ସୁନ୍ଦର ସ୍ଥାନ ଏବଂ ଉଚ୍ଚ ପାହାଡ଼ ମାଳାରେ ଘେରି ରହିଥିବା ଦେବଭୂମି ହିମାଚଳ ପ୍ରଦେଶରେ  ଏକ ଭୟଙ୍କର ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଏଥର ଶିକାର ହୋଇଛି ଜଣେ ୧୯ବର୍ଷର ଯୁବତୀ। ଶିମଳାରେ ଏହି ଯୁବତୀ ସହ ଚଳନ୍ତା କାରରେ ଦୁଷ୍କର୍ମ ହୋଇଛି। ଏହି ଘଟଣା ଘଟିଛି ମାଲ ରୋଡ଼ ଅଞ୍ଚଳରେ।

ପୀଡ଼ିତା ଯୁବତୀ ଜଣକ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତାଙ୍କ କହିବାନୁସାରେ ସେ ରାତି ୧୦ଟାବେଳେ ମାଲ ରୋଡ଼ ରାସ୍ତାରେ ଧାଲି ଯାଉଥିବାବେଳେ ଏକ କାର୍ ଆସି ତାଙ୍କ ସାମନାରେ ଅଟକିଥିଲା। କାରରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ଜବରଦସ୍ତି କାର ଭିତରକୁ ଟାଣି ନେଇଯାଇଥିଲା । କାର ଭିତରେ ଜବରଦସ୍ତି ତାଙ୍କ ସହ ଦୁଷ୍କର୍ମ କରିଥିଲା।

ଚଳନ୍ତା କାରରେ ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତ ଯୁବତୀଙ୍କୁ ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଛି। ସେହି ସମୟରେ ଯୁବତୀଙ୍କ ଶରୀରରେ ଗୋଟିଏ ବି କପଡ଼ା ନଥିଲା। ପୀଡ଼ିତା ଯୁବତୀ ଜଣକ ଗୁଡ଼ିଆ ହେଲ୍ପଲାଇନକୁ ଫୋନ୍ କରି ସହଯୋଗ ମାଗିଥିଲେ।

ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ପରେ ପୋଲିସ୍ ଯୁବତୀଙ୍କ ଡାକ୍ତରୀ ମାଇନା କରାଇଛି।  ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ବିଧି ଆଇନର ୩୭୬,୩୫୪ ଏବଂ ୫୦୬ ଧାରାରେ ମାମଲା ରୁଜୁ କରାଯାଇଛି।

୨୦୧୭ମସିହାରେ ହିମାଚଳ ପ୍ରଦେଶର କୋଟଖାଇରେ ହୋଇଥିବା ଏକ ଭୟଙ୍କର ଦୁଷ୍କର୍ମ ପରେ ମହିଳାଙ୍କୁ ସାହାଯ୍ୟ କରିବା ନିମନ୍ତେ ଗୁଡ଼ିଆ ହେଲ୍ପଲାଇନ୍ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହି ଜଘନ୍ୟ ଦୁଷ୍କର୍ମ ୨୦୧୨ମସିହାରେ ଦିଲ୍ଲୀରେ ହୋଇଥିବା ଚର୍ଚ୍ଚିତ ନିର୍ଭୟା କାଣ୍ଡକୁ ପୁଣି ଥରେ ମନେ ପକାଇଛି। ସେହି ସମୟରେ ମଧ୍ୟ ଦୁର୍ବୃତ୍ତମାନେ ପୀଡ଼ିତାଙ୍କୁ ଚଳନ୍ତା ବସରେ ଅତ୍ୟନ୍ତ ଅମାନୁଷିକ ଭାବେ ଯୈାନ ନିର୍ଯ୍ୟାତନା  ଦେଇଥିଲେ ଏବଂ ତାଙ୍କୁ ବସରେ ଉଲଗ୍ନ ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିଲେ। ଏହାପରେ ଯୁବତୀ ଜଣକ ହସ୍ପିଟାଲରେ ଚିକିତ୍ସା ସମୟରେ ଆଖି ବୁଜି ଦେଇଥିଲେ।  

{"id":109381,"width":592,"height":394}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.