ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଯୁବତୀ, ବାଥରୁମ୍‌ ଭିତରକୁ ନେଇ ଦୁଷ୍କର୍ମ କଲା ଷ୍ଟାଫ୍‌

Published By : Prameya-News7 Bureau | October 02, 2021 IST

ଅଲ୍ଲିଗଡ଼, ୦୨/୧୦: ଅଲ୍ଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟ ଅଧିନ ଜବାହରଲାଲ ମେଡିକାଲ୍‌ କଲେଜ୍‌ରେ ବିଳମ୍ୱିତ ରାତିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି । ଏହି ଯୁବତୀ ଜଣକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଏକ ବେଡ୍‌ ଦିଆଯାଇଥିଲା । ଗୁରୁବାର ରାତିରେ ମେଡିକାଲ୍‌ ଷ୍ଟୋରରେ କାମ କରୁଥିବା ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା । ବେଡ୍‌ରେ ଯୁବତୀ ନଥିବା ଦେଖି ତାଙ୍କୁ ଖୋଜିଥିଲେ ନର୍ସ । ହେଲେ ସେ ବାଥ୍‌ରୁମ୍‌ ବାହାରେ ବସି କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ପୀଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ଧରି ପୋଲିସ୍‌ ଜିମା ଦେଇଥିଲେ । ପୋଲିସ୍‌ ସେହି ରାତିରେ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା କହିଛି ।

ଘଟଣା ଅନୁସାରେ, ଫରିଦାବାଦ୍‌ ନିବାସୀ ଜଣେ ଯୁବତୀଙ୍କୁ ଟ୍ରେନ୍‌ରେ ଦୁର୍ଘଟଣା କାରଣରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଡାକ୍ତର ମେଡିକାଲ୍‌ ଭିତରେ ବୁଲିବୁଲି ଚେକ୍‌ କରୁଥିବା ବେଳେ ଯୁବତୀ ଜଣକ ତାଙ୍କ ବେଡ୍‌ରେ ନଥିବା ଦେଖିବାକୁ ପାଇଥିଲେ । ଅନ୍ୟ ଡାକ୍ତର ଏବଂ ନର୍ସଙ୍କୁ ପଚାରିବାରୁ ସେମାନେ ଜାଣିନଥିବା କହିଥିଲେ । ସୁରକ୍ଷାକର୍ମୀ ତାଙ୍କୁ ଖୋଜି ବାଥ୍‌ରୁମ୍‌ ପାଖରେ କାନ୍ଦୁଥିବା ଦେଖିଥିଲେ । ପରେ ଯୁବତୀ ଡାକ୍ତରଙ୍କୁ ସବୁ କଥା କହିଥିଲା । ପରେ ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ତାକୁ ପୋଲିସ୍‌ ଜିମା ଦିଆଯାଇଥିବା ଜଣାପଡ଼ିଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.