Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କେନ୍ଦ୍ରାପଡା: ମୁଁ ଶୋଇଥିବା ବେଳେ ମାମୁଁ ଦୁଷ୍କର୍ମ କଲା, ମାକୁ କହିବାରୁ ମା କହିଲା କାହାକୁ କିଛି କହିବୁନି – ନ୍ୟାୟ ମାଗୁଛନ୍ତି ଯୁକ୍ତଦୁଇ ଛାତ୍ରୀ…

30/03/2019 at 3:48 PM

କେନ୍ଦ୍ରାପଡା ୩୦/୩ : “ମୋ ବୟସ ୧୯ ବର୍ଷ | ମୁଁ କେନ୍ଦ୍ରାପଡା କଲେଜରେ +୨ ସାଇନ୍ସ ପଢୁଛି | ନଭେମ୍ବର ୨୬ ତାରିଖରେ ମୋତେ ମୋ ମାମୁଁ ଶୋଇଥିବାବେଳେ ମୋ ପାଖେ ଆସି ଶୋଇଥିଲା | ମୁଁ ଜାଣିପାରିନଥିଲି | ମୁଁ ଶୋଇଥିବା ଅବସ୍ଥାରେ ସେ ମୋ ସହ ଦୁଷ୍କର୍ମ କରିଥଲା | ମୋ ନିଦ ଭାଙ୍ଗିଗଲା । ମୁଁ ତାକୁ ଠେଲି ଦେଲି ଏବଂ ବାହାରକୁ ପଳେଇ ଆସିଥିଲି |

ସକାଳେ ମୋ ମା’କୁ ସବୁ କଥା କହିଥିଲି | ମା’ ସବୁକଥା ଶୁଣି କହିଲା ବାବାଙ୍କୁ କହିବୁନି, ଚୁପ ହୋଇ ରହିଯା | ଘର କଥା କିଏ ଜାଣିଲେ ଖରାପ ହେବ | ମୁଁ କହିଲି ମୋ ସହ ଦୁଷ୍କର୍ମ ହୋଇଛି ଏବଂ ମୁଁ ଚୁପ ରହିଁବିନି | ମା’ କହିଲେ ତୁ ଯଦି କାହାକୁ କହିବୁ କି ଥାନାରେ ଅଭିଯୋଗ କରିବୁ ତାହେଲେ ଆମେ ଆତ୍ମହତ୍ୟା କରିଦେବୁ |

ଏହାପରେ ମୋତେ  ମା’ ଘରେ ବାନ୍ଧି ରଖିଲେ | ମାର୍ଚ୍ଚ ୬ ତାରିଖରେ ମୁଁ ମୋ ବାବାଙ୍କୁ ସବୁକଥା କହିଲି | ହେଲେ ବାବା ବି କିଛି ଶୁଣିଲେନି | ସବୁକଥା ଶୁଣି ସେ ବି ଚୁପ ରହିଲେ | କେହି ହେଲେ ମୋ କଥା ଶୁଣିଲେନି | ମୋତେ ଘର ଭିତରେ ବନ୍ଦୀ କରି ରଖିଲେ | ମୁଁ ଆଉ ସହି ପାରିଲିନି | ମାର୍ଚ୍ଚ ୧୫ ତାରିଖରେ ମୁଁ ମହିଳା କମିଶନଙ୍କ ପାଖକୁ ଅନଲାଇନ ଜରିଆରେ ଅଭିଯୋଗ କଲି |

୧୫ ଦିନ ହୋଇଗଲାଣି ହେଲେ ଏବେ ପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇନାହାନ୍ତି | ଫଳରେ ଗତକାଲି ମୁଁ ମଉକା ଦେଖି ଘରୁ ଲୁଚି ପଳେଇ ଆସିଲି | ମୁଁ କଟକ ମହିଳା ପୋଲିସ ଷ୍ଟେସନ ଗଲି | ମହିଳା ଥାନାରେ ସବୁକଥା କହିଲି | ଥାନାରେ ମୋତେ ପଚାରିଲେ ମାମଲା ରୁଜ୍ଜୁ କରିବୁ କି ? ମୁଁ କହିଲି ହଁ କରିବି | ଏହାପରେ ସେମାନେ କହିଲେ ଏଫଆଇଆର ଲେଖିବାକୁ | ସେମାନେ କହିଲେ ଏଫଆଇଆର କେନ୍ଦ୍ରାପଡା ଥାନାକୁ ଟ୍ରାନ୍ସଫର ହେବ |

ତାପରେ ଥାନା ଵାଲା ମୋ ବାବାଙ୍କୁ ଫୋନ କରି କଟକ ଡାକିଥିଲେ | ବାବା ଥାନାକୁ ଆସିଥିଲେ | ମହିଳା ପୋଲିସ ଏବଂ ମୋ ବାବାଙ୍କ ଭିତରେ କ’ଣ କଥାବାର୍ତ୍ତା ହେଲା ମୁଁ ଜାଣିନି | ବୋଧେ ବାବା ଟଙ୍କା ପଇସା ଦେଇ ମାମଲାକୁ ଦବେଇ ଦେବାକୁ କହିଛନ୍ତି | କାରଣ ସେମାନେ ମଧ୍ୟ ମାମଲା ରୁଜ୍ଜୁ କଲେନାହିଁ | ଏହାପରେ ମୋ ବାବା ମୋତେ ନିଜ ସଂଗେ ଘରକୁ ନେଇଆସିଲେ | ଘରକୁ ଆଣି ମୋତେ ପୁଣି ବନ୍ଦୀ କରି ରଖିଛନ୍ତି |”…

ଏହା କୌଣସି କାହାଣୀ ବା ଉପନ୍ୟାସର ଧାଡି ନୁହେଁ । କେନ୍ଦ୍ରାପଡା ଅଟୋନମସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିବା ଜଣେ ଯୁବତୀଙ୍କ ସହ ଘଟିଥିବା ସତ କଥା । ସାଂଘାତିକ ମାନସିକ ଦୁଃଶ୍ଚିନ୍ତା ଓ ଚାପ ମଧ୍ୟରେ ଥିବା ଏହି ଯୁବତୀ ଏବେ ନ୍ୟାୟ ପାଇଁ ଡହଳ ବିତଳ ହେଉଛନ୍ତି । ନିଜ ମାମୁ କରିଥିବା ଦୁଷ୍କର୍ମ କଥା ଭାବିଲା ମାତ୍ରେ ତାଙ୍କ ଦେହରେ ଯେମିତି କଣ୍ଟାଭଳି ଫୋଡି ହୋଇଯାଉଛି । ନ୍ୟାୟ ପାଇଁ କୌଣସି ଉପାୟ ନପାଇ ଏହି ଯୁବତୀ ଆମ ହ୍ବାଟ୍ସ ଆପ୍‌ରେ ସମସ୍ତ କଥା ଆମକୁ ଜଣାଇଛନ୍ତି । ନ୍ୟାୟ ପାଇଁ ସାହାର୍ଯ୍ୟ କରିବା ଲାଗି ନିବେଦନ କରିଛନ୍ତି ।  

ତାଙ୍କ ମାନସିକ ଅବସ୍ଥାକୁ ବୁଝି ତାଙ୍କୁ ଶାନ୍ତ୍ବନା ଦେବା ପରିବର୍ତ୍ତେ ଜନ୍ମକଲା ମା ବାପା ତାଙ୍କ ଉପରେ କରୁଥିବା ଅତ୍ୟାଚାର ଗୋଟେ ସଭ୍ୟ ସମାଜ ପାଇଁ ନିଶ୍ଚୟ ଉଦବେଗର ବିଷୟ । ଏପରିକି କଟକ ମହିଳା ଥାନା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମାମଲାକୁ ରଫାଦଫା କରିବା ମଧ୍ୟ ଆଶ୍ଚର୍ଯ୍ୟଜନକ ।

ସୂଚନାଯୋଗ୍ୟ ଯେ, ଜାତୀୟ ମହିଳା କମିଶନଙ୍କ ନିକଟରେ ଯୁବତୀ ରୁଜ୍ଜୁ କରିଥିବା ମାମଲେରେ ମଧ୍ୟ ମହିଳା କମିସନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏଭଳି ଅବସ୍ଥାରେ ସଂପୃକ୍ତ ଯୁବତୀଙ୍କ ସହ ଯେ, କୌଣସି ଦୁର୍ଘଟଣା ଘଟିବାର ଆଶଂକା ରହିଛି । କାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟେକ ଦିନ ଅନର କିଲିଂର ଖବର ନଜରକୁ ଆସୁଛି । ସେହିଳି ମାନସିକ ଚାପ ଜଣେ ନାବାଳିକାକୁ ଅବଶାଦଗ୍ରସ୍ତ କରିବା ସହ ଭୁଲ ରାସ୍ତାରେ ଯିବା ପାଇଁ ବାଧ୍ୟ କରିପାରେ । ତେଣୁ କଟକ ମହିଳା ଥାନାର ଦାୟିତ୍ବ ଏ କ୍ଷେତ୍ରରେ ବେଶ ଅଧିକ ଓ ଗୁରୁତ୍ବପୂର୍ଣ୍ଣ ।

କଟକ ମହିଳା ଥାନାରୁ ଯୁବତୀଙ୍କୁ ତାଙ୍କ ପିତା ଘରକୁ ନେଇଯିବା ପରେ ଘରେ ତାଙ୍କୁ ବନ୍ଦୀ କରି ରଖିଛନ୍ତି । ସେ କାହା ସହ ଫୋନରେ କଥାବାର୍ତ୍ତା ମଧ୍ୟ କରିପାରୁନାହାଁନ୍ତି । ଲୁଚାଇ ଲୁଚାଇ ଆମ ପାଖକୁ ମେସେଜ ଫଠାଇ ନ୍ୟାୟ ଭିକ୍ଷା କରିଛନ୍ତି ।  

   Related Posts