Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସ୍କୁଲରୁ ଫେରୁଥିବା ଛାତ୍ରୀଙ୍କୁ ଡ଼ାକିନେଇ ଦୁଷ୍କର୍ମ କଲା ସଂପର୍କୀୟ

30/03/2019 at 7:02 PM

ବରେଲୀ ୩୦/୩- ସ୍କୁଲରୁ ଫେରୁଥିଲେ ଦୁଇଭଉଣୀ । ରାସ୍ତାରେ ଦେଖାହେଲେ ଜଣେ ପରିଚିତ ଲୋକ । ସାନଭଉଣୀକୁ ଘରେ ଛାଡ଼ି ବଡ଼ ଭଉଣୀକୁ ଫୁସୁଲେଇ ଡ଼ାକିନେଲା ସଂପର୍କୀୟ । ହୋଟେଲରେ ରଖି କଲା ଦୁଷ୍କର୍ମ ।

ଏହିଭଳି ଅଭାବନୀୟ ଘଟଣା ବରେଲିର କେଣ୍ଟରେ ଘଟିଛି । ମାର୍ଚ୍ଚ ୨୫ ତାରିଖରେ କେଣ୍ଟ ସିଭିଲଲାଇନରେ ଥିବା ଏକ ହାଇସ୍କୁଲରେ ପଢ଼ୁଥିଲେ ପୀଡ଼ିତା । ଦୁଇ ଭଉଣୀ ସାଙ୍ଗ ହୋଇ ଘରକୁ ଫେରୁଥିଲେ । ଏହି ସମୟରେ ମନୋଜ ବାଲ୍ମିକି ନାମକ ଜଣେ ପରିଚିତ ଲୋକ ଛିଡ଼ାହୋଇଥିଲେ । ନାବାଳିକା ଦୁଇ ଭଉଣୀଙ୍କ  ସହ ଦେଖା ହୋଇଥିଲା ମନୋଜ ।

ମନୋଜ ପୀଡ଼ିତାଙ୍କ ସାଙ୍ଗରେ ଥିବା ଭଉଣୀକୁ ବସରେ ଘରକୁ ପଠାଇଦେଇଥିଲା । ତାପରେ ହାଇସ୍କୁଲ ଛାତୀଙ୍କୁ ଧରି ଗାନ୍ଧୀ ଉଦ୍ୟାନ ପାଖରେ ଥିବା ଏକ ହୋଟେଲକୁ ନେଇଥିଲା । ସେଠାରେ ଜବରଦସ୍ତଭାବେ ନାବାଳିକାଙ୍କୁ କରିଥିଲା ଦୁଷ୍କର୍ମ ।ଏହାପରେ ସେ ବାଟରେ ଆଣି ଛାଡ଼ିଦେଇଥିଲା । ନାବାଳିକା ଘରେ ପହଂଚି ବେହୋସ ହୋଇପଡ଼ିଥିଲା । ଅସୁସ୍ଥ ହୋଇପଡ଼ିବାରୁ ପରିବାରଲୋକ ଡ଼ାକ୍ତଖାନାରେ ନାବାଳିକାକୁ ଭର୍ତ୍ତି କରିଥିଲେ । ନାବାଳିକା ଦୁଷ୍କର୍ମ ହୋଇଥିବା କଥା ଜାଣିବା ପରେ ମନୋଜ ବିରୋଧରେ ଥାନାରେ ଦେଇଥିଲେ ପୀଡ଼ିତାଙ୍କ ପରିବାରଲୋକ ।

ଏହି ଅଭିଯୋଗକୁ ଆଧାର କରି ମନୋଜକୁ ଗିରଫ କରିଛି ପୋଲିସ ।

   Related Posts