ଡ୍ରଗ୍ସ ପ୍ରଭାବରେ ଚେତାଶୂନ୍ୟ ହୋଇ ଶୋଇଥିଲେ ଯୁବତୀ ; ନିଜ ସାଙ୍ଗ ସହ ମିଶି ପ୍ରେମିକ କଲା ଦୁଷ୍କର୍ମ ଓ ଭିଡିଓ ରେକର୍ଡିଂ: ଅଦାଲତ କଲେ ଦଣ୍ଡ ବିଧାନ

Published By : Prameya-News7 Bureau | February 02, 2019 IST

ଜଣେ ୨୪ ବର୍ଷ ବୟସ୍କା ଯୁତୀଙ୍କୁ ତାଙ୍କ ଅଜାଣତରେ ତାଙ୍କ ପ୍ରେମିକ ଓ ପ୍ରେମିକର ସାଙ୍ଗ ମିଶି ଦୁଷ୍କର୍ମ କରିଛନ୍ତି | ନିଜ ସହ ଦୁଷ୍କର୍ମ ହୋଇଛି ବୋଲି ଯୁବତୀ ପ୍ରେମିକର ମୋବାଇଲରେ ଭିଡିଓ ଦେଖିଲା ପରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରେମିକ ଘରେ ଥରେ ରାତିରେ ରହିଥିବାବେଳେ ପ୍ରେମିକର ମୋବାଇଲ ମୋବାଇଲ ଘାଂଟୁ ଘାଂଟୁ ଅଚାନକ ଏକ ଭିଡିଓ ଦେଖିଥିଲେ । ଯାହା ସେ ବିଶ୍ବାସ କରିପାରିନଥିଲେ । ଏହି ଭିଡିଓରେ ସେ ଶୋଇଥିବାବେଳେ ତାଙ୍କୁ ତାଙ୍କ ପ୍ରମିକ ଏବଂ ପ୍ରମିକର ସାଙ୍ଗ ଦୁଷ୍କର୍ମ କରୁଥିବା ଦୃଶ୍ୟ ରହିଥିଲା ।


ଏହାପରେ ପୀଡିତାଙ୍କର ହଠାତ ମନେପଡ଼ିଲା ଯେ, ୩ ସପ୍ତାହ ପୂର୍ବରୁ ସକାଳେ ଉଠିଲାବେଳେ ସେ ଉଲଗ୍ନ ଅବସ୍ଥାରେ ଥିଲେ | ତାଙ୍କ ଶରୀରରେ କୌଣସି ବସ୍ତ୍ର ନଥିଲା | ସେହିଦିନ ପ୍ରେମିକ ସହ ତାଙ୍କର ଝଗଡା ମଧ୍ୟ ହୋଇଥିଲା | ଝଗଡା ହେବାପରେ ଯୁବକ ନିଜର ଜଣେ ସାଙ୍ଗଙ୍କ ସହ ମିଶି ପ୍ରେମିକାଙ୍କ ସହ ଦୁଷ୍କର୍ମ କରିଥିଲା ଏବଂ ଦୁଷ୍କର୍ମର ଭିଡିଓ ମଧ୍ୟ ରେକର୍ଡିଂ କରିଥିଲା |


ସବୁ ଜାଣିବାପରେ ପୀଡିତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ | ଅଷ୍ଟ୍ରେଲିଆର ଭିକ୍ଟୋରିଆ କାଉଣ୍ଟି କୋର୍ଟରେ ମାମଲାର ଖୁଲାସା ହୋଇଥିଲା | କୋର୍ଟରେ ଶୁଣାଣି ବେଳେ ଜଣାପଡିଥିଲା ଯେ, ଘଟଣା ଦିନ ଯୁବତୀ, ତାଙ୍କ ପ୍ରେମିକ ଏବଂ ପ୍ରେମିକର ଜଣେ ସାଙ୍ଗ ସହ ମିଶି ଡ୍ରଗ୍ସ ନେଇଥିଲେ | ଏମାନେ ଅଧିକାଂଶ ସମୟରେ ଡ୍ରଗ୍ସ ନେଇ ପାର୍ଟି କରିଥାନ୍ତି |କିନ୍ତୁ ସେ ଦିନ ଡ୍ରଗ୍ସ ନେବାପରେ ଯୁବତୀଙ୍କ ବିଲକୁଲ ହୋସ ନଥିଲା । ଏହାର ସୁଯୋଗ ନେଇ ପ୍ରେମିକ ଏବଂ ତା ସାଂଗ ଯୁବତୀଙ୍କୁ ନଗ୍ନ କରିଥିଲେ । ତାପରେ ବାରମ୍ବାର ଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ ଦୁଷ୍କର୍ମ ବେଳେ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ । ଏହି ମାମଲାରେ ୨୭ ବର୍ଷ ବୟସ୍କ ଅଭିଯୁକ୍ତ ପ୍ରେମିକକୁ ୭ ବର୍ଷ ୮ ମାସ କାରାଦଣ୍ଡ ଶୁଣାଇଥିଲେ କୋର୍ଟ | ଯୁବକଙ୍କ ସାଙ୍ଗକୁ ୫ ବର୍ଷ ୯ ମାସ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ | ଶୁଣାଣି ବେଳେ ଏହା ଏକ ଗମ୍ଭୀର ଅପରାଧ ବୋଲି ବିଚାରପତି କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.