ବାହାଘର ଭୋଜିରୁ ଯୁବତୀଙ୍କୁ ଅପହରଣ: ଜଙ୍ଗଲରେ ବାନ୍ଧି ରଖି ୧୪ ଦିନ ଧରି ଦୁଷ୍କର୍ମ କରିଥିଲା ଅପହରଣକାରୀ
24/11/2020 at 2:43 PM

ଜୟପୁର ୨୪/୧୧ : ଯୁବତୀଙ୍କୁ ଜଙ୍ଗଲରେ ବନ୍ଧକ ରଖି ୧୪ ଦିନ ଧରି ଦୁଷ୍କର୍ମ ଅଭିଯୋଗ । ଏଭଳି ଜଘନ୍ୟ ଘଟଣା ଘଟିଛି ରାଜସ୍ଥାନ ବାରାଂ ଜିଲ୍ଲା ଅନନ୍ତା ଅଞ୍ଚଳରେ । ସମ୍ପର୍କୀୟ ମାମୁଙ୍କ ବାହାଘରରେ ଯୋଗ ଦେବାକୁ ଯାଇଥିବା ଜଣେ ୨୦ ବର୍ଷିୟ ଯୁବତୀଙ୍କୁ ବାଇକରେ ଅପହରଣ କରିନେଇ ଦୁଷ୍କର୍ମ କରାଯିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ଅଭିଯୁକ୍ତ ପୀଡିତାଙ୍କୁ ଏକ ଜଙ୍ଗଲରେ ବନ୍ଧକ ରଖି ୧୪ ଦିନ ଯାଏଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।
ପୀଡିତା ଯୁବତୀଜଣକ କୌଣସିମତେ ସେଠାରୁ ଖସିଆସିବା ପରେ ଥାନାରେ ଏବାବଦରେ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମାମୁଙ୍କ ବାହାଘରରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତ ବାଇକରେ ବସାଇ ସ୍ଥାନୀୟ ମଣ୍ଡାନା ଜଙ୍ଗଲକୁ ନେଇଯାଇଥିଲା । ସେଠାରେ ତାଙ୍କୁ ୧୪ ଦିନ ଯାଏଁ ବନ୍ଧକ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ସେ କହିଛନ୍ତି ନଭେମ୍ବର ୨୨ ତାରିଖରେ କୌଣସି ଏକ ମୋବାଇଲ ମାଧ୍ୟମରେ ତାଙ୍କ ପିତାଙ୍କୁ ଫୋନ କରିବା ପରେ ସେ ତାଙ୍କୁ ସେଠାରୁ ଉଦ୍ଧାର କରିଥିବା ପୋଲିସକୁ କହିଛନ୍ତି ପୀଡିତା । ତେବେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।