ଚାକିରି ନମିଳିବାରୁ ଖୋଲିଲେ ଚା’ ଦୋକାନ, ନାମ ରଖିଲେ 'MA English Chaiwali'; ରାତାରାତି ହେଲେ ଫେମସ୍

Published By : Prameya-News7 Bureau | November 12, 2021 IST

କୋଲକାତା ୧୨/୧୧: ଯଦି ଆପଣ ପଶ୍ଚିମବଙ୍ଗର ହାବ୍ରା ରେଳ ଷ୍ଟେସନକୁ ଯାଆନ୍ତି, ତେବେ ସେଠାରେ ଆପଣ ଏପରି ଏକ ଚା ଦୋକାନ ପାଇବେ, ଯାହା ଆଜିକାଲି ବହୁତ ଫେମସ୍ ହୋଇଛି। ଏହାର କାରଣ ହେଉଛି ଏହି ଦୋକାନର ନାମ ଏବଂ ଏହାକୁ ଚଳାଉଥିବା ଝିଅ। MA ପାସ୍ ଟୁକୁଟୁକି ଦାସ ତାଙ୍କ ଦୋକାନର ନାମ 'MA English Chaiwali' ରଖିଛନ୍ତି, ଯାହାକୁ ଲୋକମାନେ ପସନ୍ଦ କରୁଛନ୍ତି।

ଟୁକୁଟୁକି ଦାସ ଇଂରାଜୀରେ ଏମଏ କରିଛନ୍ତି। କିନ୍ତୁ ଅନେକ ଚେଷ୍ଟା ପରେ ବି ସେ ଚାକିରି ପାଇପାରିନଥିଲେ। ଶେଷରେ ସେ ଏକ ଚା ଦୋକାନ ଖୋଲିବାକୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଟୁକୁଟୁକି ଉତ୍ତର ୨୪ ପରଗାନାର ହାବ୍ରା ଷ୍ଟେସନରେ ଏକ ଚା ଷ୍ଟଲ୍ ଖୋଲିଛନ୍ତି ଯାହାକୁ ସେ 'MA English Chaiwali' ନାମ ଦେଇଛନ୍ତି। ଦୋକାନର ଏହି ଅନନ୍ୟ ନାମ ଯୋଗୁଁ ସେ ଫେମସ୍ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ତାଙ୍କ କାହାଣୀ ପ୍ରକାଶ କରିଛନ୍ତି।

wp:html
/wp:html

ଟୁକୁଟୁକିଙ୍କ ବାପା ଜଣେ ଭ୍ୟାନ୍ ଡ୍ରାଇଭର ଏବଂ ମାଙ୍କର ଏକ ଛୋଟ ଦୋକାନ ଅଛି। ପ୍ରଥମେ ବାପ-ମା ଟୁକୁଟୁକିଙ୍କ ଚା ’ବିକ୍ରି ଯୋଜନାରେ ଅସନ୍ତୁଷ୍ଟ ଥିଲେ। ସେ ତାଙ୍କୁ ବୁଝାଇଥିଲେ ଯେ ଏହା ଦ୍ୱାରା କିଛି ହାସଲ ହେବ ନାହିଁ, ଲୋକମାନେ ବିଭିନ୍ନ ବିଷୟରେ କଥାବାର୍ତ୍ତା କରିବେ, କିନ୍ତୁ ଟୁକୁଟୁକି ଶୁଣିଲେ ନାହିଁ।

ଟୁକୁଟୁକି କହିଛନ୍ତି, ସେ ଏକ 'MBA Chaiwala' ର ​​କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ, ଯାହା ସେ ଇଣ୍ଟରନେଟରେ ପଢିଥିଲେ। ସେଥିପାଇଁ ସେ ବିରୋଧ ସତ୍ତ୍ୱେ ପଛକୁ ଫେରି ନଥିଲେ। ସେ କହିଛନ୍ତି କୌଣସି କାମ ଛୋଟ ନୁହେଁ ଏବଂ ସେଥିପାଇଁ ମୁଁ 'MBA Chaiwala' ପରି ମୋର ଚା ଦୋକାନ ଖୋଲିଲି। ଆରମ୍ଭରେ ସ୍ଥାନ ଖୋଜିବା କଷ୍ଟକର ଥିଲା, କିନ୍ତୁ ପରେ ମୁଁ ଏହାକୁ ପାଇବାରେ ସଫଳ ହେଲି। ବର୍ତ୍ତମାନ ମୁଁ ଚା ଏବଂ ସ୍ନାକ୍ସ ବିକ୍ରି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.