ରାସ୍ତା ମଝିରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ : ଭିଡିଓ ଭାଇରାଲ…

Published By : Prameya-News7 Bureau | August 05, 2021 IST

ପୁଣେ ୦୫/୦୮ :  ଅନେକ ସମୟରେ ଏମିତି କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ । ବିନା କାରଣରେ ରାସ୍ତା ଉପରେ ଗହଳି କରିବା ସହ ହଙ୍ଗାମା କରନ୍ତି ଅସାମାଜିକ ବ୍ୟକ୍ତି । କିନ୍ତୁ ଜଣେ ଯୁବତୀ ରାସ୍ତା ମଝିରେ ଶୋଇ ବିଭିନ୍ନ ଭଙ୍ଗି ପ୍ରଦର୍ଶନ କରିବା ହୁଏତ ଖୁବ କମ ଦେଖିବାକୁ ମିଳିଥାଏ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମହାରାଷ୍ଟ୍ରର ପୁଣେରେ ଜଣେ ଯୁବତୀ ଅଚାନକ୍ ରାସ୍ତା ଉପରକୁ ଆସି ଶୋଇପଡିଥିଲେ । କେହି କିଛି ବୁଝିବା ଆଗରୁ ମଦ ପିଇ ମାତାଲ ଯୁବତୀଜଣକ ରାସ୍ତା ଉପରେ ଶୋଇପଡିଥିଲେ । ଯୁବତୀଙ୍କର ଏପରି ହରକତ୍‌ ଦେଖି ଶହ ଶହ ଗାଡିମୋଟର ରାସ୍ତାରେ ଅଟକି ରହିଥିଲା । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ମଧ୍ୟ ଜାମ୍ ହୋଇଯାଇଥିଲା ।

wp:embed {"url":"https://twitter.com/VaidehiTaman/status/1422795060114968587","type":"rich","providerNameSlug":"twitter","responsive":true}
https://twitter.com/VaidehiTaman/status/1422795060114968587
/wp:embed

ଯୁବତୀ ଜଣକ ମଦ ପିଇ ନିଶାରେ ଚୁର୍‌ ହୋଇ ରାସ୍ତା ଉପରେ ଶୋଇଛନ୍ତି । ଏହାର କିଛି ସମୟ ପରେ ଯୁବତୀ ଜଣକ ହଠାତ୍ ଉଠି ହଙ୍ଗାମା କରିଥିଲେ । ଯୁବତୀ ଜଣଙ୍କ ନିଶାରେ ଚୁର ଥିବାବେଳେ ରାସ୍ତା ଉପରେ ଶୋଇ ପଡୁଥାନ୍ତି ତ ଆଉ କେତେବେଳେ ଗାଡି ମୋଟର ଆଗରେ ବସି ଗାଡି ଗୁଡିକୁ ଅଟକାଉଥାନ୍ତି । ଏହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଡାକିଥିଲେ । ଫଳରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଥିଲା । ତେବେ ଯୁବତୀ ଜଣକ ପୋଲିସ୍ କୁ ଦେଖି ଉଠି ଚାଲିଯାଇଥିଲେ । ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ କରାଯାଇ ନାହିଁ । ତାଙ୍କର ଏଭଳି ଡ୍ରାମା ଦେଖି ଜଣେ ବ୍ୟକ୍ତି ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକମାନେ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.