ବାଘ ସହ ଡଙ୍ଗାରେ ବୁଲା, ଶିକାରୀ ବାଘକୁ ଧରି ଡଙ୍ଗାରେ ବୁଲୁଛନ୍ତି ଯୁବତୀ

Published By : Prameya-News7 Bureau | May 18, 2022 IST

ହିଂଶ୍ର ବାଘ। ଏହି ଜୀବ ଆଖପାଖରେ ରହିବା ବିପଦଠୁ କମ୍‌ ନୁହେଁ। ମଣିଷ ତ ନୁହେଁ ଅନ୍ୟ ଜୀବଜନ୍ତୁ ବି ବାଘ ନିକଟକୁ ଯିବାକୁ ଭୟ କରନ୍ତି। ଶିକାରୀ ବାଘ କେତେ ବେଳେ କାହାକୁ ନିଜ ପଞ୍ଝାକୁ ନେଇଯିବ କହିବା ମୁସ୍‌କିଲ୍‌। ତେଣୁ ଏହି ଜୀବଠୁ ଦୂରେଇ ରହିବାକୁ ସମସ୍ତେ ଗୁରୁତ୍ବ ଦିଅନ୍ତି।

କିନ୍ତୁ ନିକଟରେ ଏକ ଭିଡିଓରେ ବାଘର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ମଣିଷ ଏବଂ ବାଘ ମଧ୍ୟରେ ଥିବା ସୁସମ୍ପର୍କର ଝଲକ୍‌ । ବାଘ ସହ ଛୋଟ ଡଙ୍ଗାରେ ବସିଛନ୍ତି ଯୁବତୀ। ଡଙ୍ଗା ବୁଲାର ମଜା ନେଉଛି ବାଘ।   
ସୋସିଆଲ ମିଡିଆରେ ଅନେକ ଇଣ୍ଟ୍ରେଷ୍ଟିଂ ଭିଡିଓ ଦେଖିବାକୁ ମିଳେ। ଏହି ସବୁ ଭିଡିଓ ବେଶ୍‌ ଆଶ୍ଚର୍ଯ୍ୟକର। କିଛି ଭିଡିଓ ରହିଛି ଯାହା ଖୁବ୍‌ ମଜାଦାର। ଯାହାକୁ ଦେଖିବାକୁ ଲୋକେ ପସନ୍ଦ କରନ୍ତି। ଏହି ବାଘ ଲମଣିଷର ଡଙ୍କାରେ ବୁଲିବା ଭିଡିଓ ଦେଖିବାକୁ ମଧ୍ୟ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।
ବାଘଟି ଯୁବତୀଙ୍କୁ କୌଣସି କ୍ଷତି ନପହଞ୍ଚାଇ ବୁଲାର ଆନନ୍ଦ ନେଉଛି। ପାଣି ସହ ଖେଳୁଛି। ଏହି ଭିଡିଓ ଦେଖିବାକ ପରେ  ଲୋକେ ଏହାକୁ ଦୁଃଶାହସିକ କାର୍ଯ୍ୟ ବୋଲି କହିଛନ୍ତି।

ଭିଡିଓକୁ ଟ୍ବିଟରରେ ସେୟାର କରାଯାଇଛି। ଯେମିତି ବାପା ମାଆ ପିଲାକୁ ଡଙ୍ଗାରେ ବସାଇ ବୁଲାନ୍ତି ଏଠାରେ ମଧ୍ୟ ଯୁବତୀ ଜଣଙ୍କ ସେମିତି ବାଘକୁ ଡଙ୍ଗାରେ ବୁଲାଇବାର ଦେଖାଦେଇଛି।   

wp:embed {"url":"https://www.youtube.com/watch?v=lUMcVlT02LQ","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=lUMcVlT02LQ
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.