ମଦ ପିଆଇବାକୁ ମନା କରିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ ; ଯୁବତୀ ଗିରଫ

Published By : Prameya-News7 Bureau | June 21, 2019 IST

ନୂଆଦିଲ୍ଲୀ ୨୧/୬ : ମଦ ପାଇଁ କିଏ କାହାକୁ ହତ୍ୟା ମଧ୍ୟ କରିପାରେ ଶୁଣିଲେ ବିଶ୍ୱାସ ହେଉନି । କିନ୍ତୁ ଏହିଭଳି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ମଦ ପାଇଁ ଜଣେ ଯୁବତୀ ନିଜ ସାଙ୍ଗକୁ ହତ୍ୟା କରିଛି । ମଦ ପିଆଇବାକୁ ମନା କରିବାରୁ ଜଣେ ଯୁବତୀ ନିଜ ସାଙ୍ଗକୁ ହତ୍ୟା କରିଛି । ହତ୍ୟା ଘଟଣାରେ ପୋଲିସ ଜସ୍ମିନ ନାମକ ଜଣେ ଯୁବତୀକୁ ଗିରଫ କରିଛି ।

{"id":125411}

ଜୁନ ୧୭ ତାରିଖରେ କେନ୍ୟାରେ ରହୁଥିବା ୨୫ ବର୍ଷ ବୟସ୍କ ଯୁବତୀ ଅନ୍ନାସମଙ୍କୁ ଦିଲ୍ଲୀ ମହରୌଲିରେ ହତ୍ୟା କରିଦିଆଯାଇଛି । ଅନ୍ନାସମଙ୍କୁ ଛୁରୀରେ ହତ୍ୟା କରାଯାଇଛି । ହତ୍ୟା ଘଟଣାର ତଦନ୍ତ କରୁଥିବା ପୋଲିସ ଯାଞ୍ଚ ବେଳେ ଅନ୍ନାସମଙ୍କ ଫୋନ ଚେକ୍ କରିଥିଲା । ଯେଉଁଦିନ ତାଙ୍କୁ ହତ୍ୟା କରାଯାଇଥିଲା ସେଦିନ ସେ ଅନେକ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ । ଯାଞ୍ଚବେଳେ ପୋଲିସ ଜସ୍ମିନ ସମ୍ପର୍କରେ ଜାଣିବାକୁ ପାଇଲେ । ଜସ୍ମିନଙ୍କ ଘର ତାଞ୍ଜାନିୟାରେ । ସେ ଅନ୍ନାସମଙ୍କ ପଡୋଶୀ ଥିଲେ । ଉଭୟ ଭଲ ସାଙ୍ଗ ଥିଲେ । ପୋଲିସ ପଡୋଶୀଙ୍କୁ ଏମାନଙ୍କ ସମ୍ପର୍କରେ ପଚରାଉଚୁରା କରିଥିଲା । କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ପଡୋଶୀ କହିଥିଲେ । କିନ୍ତୁ ପରେ ପୁଣି ମିଶି ଯାଇଥିଲେ ।

{"id":125412,"width":583,"height":426}

ପୋଲିସ ଜସ୍ମିନକୁ ପଚରାଉଚୁରା କରିବାରୁ ସେ ଭାଙ୍ଗି ପଡି ସବୁ ସତ କଥା କହିଦେଇଥିଲେ । ସେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଥିଲେ । ଘଟଣା ଦିନ ଜସ୍ମିନ ଅନ୍ନାସମଙ୍କ ବିୟର ପିଆଇବାକୁ କହିଥିଲେ । କିନ୍ତୁ ଅନ୍ନାସମ ମନା କରିଦେଇଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଜସ୍ମିନ ଉତକ୍ଷିପ୍ତ ହୋଇ ରୋଷେଇ ଘରକୁ ଯାଇ ଏକ ଛୁରୀ ଆଣି ଅନ୍ନାସମଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ଆକ୍ରମଣରେ ଅନ୍ନାସମଙ୍କ ମୃତ୍ୟୁ ହୋଇଥିଲା ।

{"id":125413}

ହତ୍ୟାରେ ବ୍ୟବହାର କରାଯାଇଥିବା ଛୁରୀ ଓ କପଡା ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁଯାୟୀ, ଅନ୍ନାସମ ଛତ୍ରପୁର ଏକ୍ସଟନସନରେ ନନ୍ଦ ହସ୍ପିଟାଲ ନିକଟରେ ଘର ଭଡା ନେଇ ରହୁଥିଲେ । ସେ ଟୁରିଷ୍ଟ ଭିସା ନେଇ ଦିଲ୍ଲୀ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.