ମହଙ୍ଗା ପଡିଲା ଅନ୍ୟ ଜାତିରେ ବିବାହ, ଭଉଣୀକୁ ହତ୍ୟା କଲେ ଭାଇ

Published By : Prameya-News7 Bureau | December 12, 2020 IST

ଲକ୍ଷ୍ନୌ ୧୨/୧୨ : ଅନ୍ୟ ଜାତିରେ ପ୍ରେମ କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ପଡିଛି । ପ୍ରେମ କରି ଅନ୍ୟ ଜାତିର ପୁଅକୁ ବିବାହ କରିବାରୁ ସହି ପାରିଲେନି ପରିବାର ଲୋକ ।  ପ୍ରତିଶୋଧ ପରାୟଣ ହୋଇ ନିଜ ଭଉଣୀକୁ ହତ୍ୟା କରି ପୋଡି ଦେଲେ ନିଜ ଭାଇ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୈନପୂରୀ ଜିଲ୍ଲାରେ ।

{"id":376543,"width":578,"height":540,"sizeSlug":"large","linkDestination":"none"}

ସୂଚନା ଅନୁସାରେ, ଯୁବତୀଜଣକ ଅନ୍ୟ ଜାତିର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତେବେ ଏହହାକୁ ପରିବାର ଲୋକେ ଗ୍ରହଣ କରୁନଥିଲେ । ବାଧ୍ୟ ହୋଇ ଯୁବତୀଜଣକ ପ୍ରେମିକଙ୍କ ସହିତ ଦିଲ୍ଲୀ ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କୁ କିଛି ନକହି ଦୁହେଁ ମନ୍ଦିରରେ ବିବାହ କରିନେଇଥିଲେ । କିନ୍ତୁ ଯୁବତୀଙ୍କ ଭାଇମାନେ ଏହାକୁ ଆଦୌ ହଜମ କରିପାରିନଥିଲେ । ତାଙ୍କର କୁତ୍ସିତ ମାନସିକତା ଆଗରେ ହାର ମାନିଥିଲା ଭାଇ-ଭଉଣୀ ସମ୍ପର୍କ ।

{"id":376544,"width":575,"height":497,"sizeSlug":"large","linkDestination":"none"}

ତେବେ ଚକ୍ରାନ୍ତ କରି ଭାଇମାନେ ଉକ୍ତ ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କୁ ଘରକୁ ଡକାଇଥିଲେ । ପରିବାର ଲୋକେ ସ୍ବୀକାର କରିନେବେ ଭାବି ସେମାନେ ଦିଲ୍ଲୀରୁ ଉତ୍ତର ପ୍ରଦେଶର ମୈନପୁରରେ ପହଞ୍ଚିଥିଲେ । ସୁଯୋଗ ଦେଖି ନିଜ ଭଉଣୀକୁ ହତ୍ୟା କରିବା ପରେ ଶବକୁ ଗାଏବ କରି ଜାଳି ଦେଇଥିଲେ । ପ୍ରେମିକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହିତ ଯୁବତୀଙ୍କ ଜଣେ ଭାଇକୁ ତାଙ୍କ ଘରୁ କାବୁ କରିବାରେ ସକ୍ଷମ ହୋଇଛି ।  ଅଭିଯୋଗ ଆଧାରରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେବା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.